ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେପି ୨୧ ଜଣ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସେଥିରୁ ଦୁଇଟିରେ ପ୍ରାର୍ଥୀଙ୍କୁ ବଦଳାଇଛି। ରଣପୁର ଓ ପଟ୍ଟାଙ୍ଗୀରେ ଦଳ ପ୍ରାର୍ଥୀ ବଦଳାଇଛି। ରଣପୁରରୁ ଦଳ ପ୍ରଥମେ ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଆଜି ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ବଦଳରେ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ପଟ୍ଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦବାଲିଙ୍କୁ ପ୍ରାର୍ଥୀ କରିଛି ଦଳ।
ରାଉରକେଲା- ଦିଲ୍ଲୀପ ରାୟ
ପାଟଣା- ଅଖିଳ ଚନ୍ଦ୍ର ନାୟକ
ସାରସକଣା- ଭାଦବ ହାଁସଦା
ରାଇରଙ୍ଗପୁର- ଜୋଲେନ ବାରଦା
ବାଙ୍ଗିରିପୋଷି- ସଞ୍ଜଳି ମୁର୍ମୁ
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
ଝରିଗାଁ- ନରସିଂହ ଭତ୍ରା
ଡାବୁଗାଁ- ସୋମନାଥ ପୂଜାରୀ
ରାଜନଗର- ଲଳିତ ବେହେରା
ବାଲିକୁଦା ଏରସମା- ସତ୍ୟସାରଥି ମହାନ୍ତି
ଜଗତସିଂହପୁର- ଅମରେନ୍ଦ୍ର ଦାଶ
କାକଟପୁର- ବାଇଧର ମଲ୍ଲିକ
ରଣପୁର- ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ ପାଣିଗ୍ରାହୀ
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା
ରାୟଗଡ଼ା- ବସନ୍ତ ଉଲାକା
ଲକ୍ଷ୍ମୀପୁର- କୈଳାସ କୁଲେସିକା
କୋଟପାଡ- ରୁପୁ ଭତ୍ରା
ଚିତ୍ରକୋଣ୍ଡା- ଡମ୍ବରୁ ଶିଶା






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..