ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନା ଆଜି ବିଜେପି ନୋଟିସ୍ର ଜବାବ ଦେଇଛନ୍ତି। ସେ କହିଛନ୍ତି, ଲୋକସଭା ନିର୍ବାଚନରେ ସେ କାହିଁକି ଭୋଟ୍ ଦେଇନାହାନ୍ତି ଏବଂ ନିର୍ବାଚନ ପ୍ରଚାରରେ କାହିଁକି ସାମିଲ ହୋଇନାହାନ୍ତି ବୋଲି ତାଙ୍କ ପାଖକୁ ଆସିଥିବା ଦଳୀୟ ନୋଟିସ୍ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଜେପିର ଝାଡ଼ଖଣ୍ଡ ସାଧାରଣ ସମ୍ପାଦକ ଆଦିତ୍ୟ ସାହୁ ଜୟନ୍ତ ସିହ୍ନାଙ୍କୁ ନୋଟିସ୍ କରିଥିଲେ। ତେବେ ଏହି ନୋଟିସ୍ ଉପରେ ଜବାବ ରଖି ସିହ୍ନା କହିଛନ୍ତି, ସେ ଭୋଟ୍ ଦେଇଛନ୍ତି। ଯେହେତୁ ସେ ବ୍ୟକ୍ତିଗତ କାରଣ ପାଇଁ ବିଦେଶରେ ଅଛନ୍ତି ସେଥିପାଇଁ ସେ ପୋଷ୍ଟାଲ ବାଲଟ ଦ୍ବାରା ଭୋଟ୍ ଦେଇଛନ୍ତି। ଜୟନ୍ତ ସିହ୍ନା ସାହୁଙ୍କୁ ୨ ପୃଷ୍ଠାର ଏକ ଚିଠି ଲେଖି କହିଛନ୍ତି, ମୁଁ ଆପଣଙ୍କ ନୋଟିସ ପଢ଼ି ଆଶ୍ଚର୍ଯ୍ୟ ହୋଇଗଲି। ଆପଣ ଏହାକୁ ଗଣମାଧ୍ୟମରେ ମଧ୍ୟ ପ୍ରକାଶ କରିଦେଲେ। ସଚନାଯୋଗ୍ୟ, ଜୟନ୍ତ ସିହ୍ନା ନିର୍ବାଚନ ପ୍ରଚାରରେ ଯୋଗ ଦେଉନାହାନ୍ତି ବୋଲି ସାହୁ ନୋଟିସ୍ରେ ଉଲ୍ଲେଖ କରିଥିଲେ। ତେବେ ଏହାର ଜବାବ ଦେଇ ଜୟନ୍ତ କହିଛନ୍ତି, ଯେବେଠାରୁ ହଜାରିବାଗ ଆସନରେ ମନୀଷ ଜୟସ୍ବାଲଙ୍କୁ ପ୍ରାର୍ଥୀ କରାଯାଇଛି ସେବେଠାରୁ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମ ତଥା ରାଲି ଏବଂ ସାଂଗଠନିକ ବୈଠକକୁ ନିମନ୍ତ୍ରଣ କରାଯାଇନି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……