Report Card Odisha

| Daily Odia News

ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ବିରୁଦ୍ଧରେ ବିଜେପିର ପ୍ରତିବାଦ…..

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ବିରୁଦ୍ଧରେ ଖୋର୍ଦ୍ଧା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ବିଜେପି କର୍ମୀ।  ବୁଥର ସିସିଟିଭିକୁ ସାର୍ବଜନୀନ କରାଯାଉ। ଯଦି ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିବାର ଦୃଶ୍ୟ ଥାଏ, ତେବେ ପ୍ରଶାନ୍ତ ଜଗଦେବ ରାଜନୀତିରୁ ସନ୍ନ୍ୟାସ ନେଇଯିବେ। ଅନ୍ୟଥା ଯେଉଁମାନେ ଏହି ଗିରଫଦାରୀ ଷଡ଼ଯନ୍ତ୍ରରେ ଜଡ଼ିତ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି। ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସଙ୍କୁ ମଧ୍ୟ ଜୋରଦାର ବିରୋଧ କରାଯାଇଛି।ସୂଚନାଯୋଗ୍ୟ, ଗତକ‌ାଲି ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀକୁ ନେଇ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଦଳୀୟ ନେତାମାନେ କହିଛନ୍ତି, ପ୍ରଶାନ୍ତ ଯଦି ଇଭିଏମ ଭାଙ୍ଗିଛନ୍ତି, ତେବେ ଜିଲ୍ଲା ପ୍ରଶାସନ ସେ ସମୟରେ ବୁଥ ଲାଗିଥିବା ସିସିଟିଭି ଫୁଟେଜକୁ ସାର୍ବଜନୀନ କରୁ। ସତ୍ୟ କଣ ଓ ଷଡଯନ୍ତ୍ର କଣ ଓଡ଼ିଶାବାସୀଙ୍କୁ ଜଣାନ୍ତୁ। ପ୍ରଶାନ୍ତଙ୍କୁ ଆସନ୍ତାକାଲି ସୁଦ୍ଧା ନିଃସର୍ତ୍ତ ଖଲାସ ନ କଲେ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଥିଲା।

Breaking News