ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ବିଜେପିର ଦବଦବା ଜାରି ରହିବ। ଭାରତୀୟ ରାଜନୀତିରେ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ବିଜେପି ସକ୍ରିୟ ରହିବ। ମୋଦି ଯୁଗ ଶେଷ ହେବ ବୋଲି ଚିନ୍ତା କରୁଥିବା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ସମ୍ପର୍କରେ ଅଜ୍ଞାନ ଅଛନ୍ତି ବୋଲି ଚେତାଇ ଦେଇଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ହେଲେ ରାହୁଲଙ୍କ ଠାରେ ଏହା ହିଁ ସମସ୍ୟା ଯେ ସେ ବାସ୍ତବତାକୁ ବୁଝିବାକୁ ଚାହୁଁନାହାନ୍ତି। ଗୋଆରେ ପ୍ରଶାନ୍ତ କିଶୋରଙ୍କ ଏହି ଭାଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାତୀୟ ରାଜନୀତିରେ ଲମ୍ବା ରେସର ଘୋଡା ଭାବେ ଉଭା ହୋଇଛନ୍ତି ମୋଦି । ଲୋକପ୍ରିୟତା ବଢ଼ିବା ସହ ବିଶ୍ୱ ଦରବାରରେ ତାଙ୍କର ଦବଦବା ବଢ଼ୁଛି । ବିରୋଧୀଙ୍କୁ ମାତ୍ ଦେବା ମନ୍ତ୍ର ମୋଦିଙ୍କୁ ଭଲଭାବେ ଜଣା । ପ୍ରଶାନ୍ତ କିଶୋର ବର୍ତ୍ତମାନ ବେଙ୍ଗଲ ସିଏମ ମମତା ବାନାର୍ଜୀଙ୍କ ପାଇଁ ପରଦା ପଛରେ କାମ କରୁଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଜିତିବା ପରେ ପ୍ରଶାନ୍ତ କିଶୋର ମମତା ବାନାର୍ଜୀଙ୍କ ସହ କାମ କରୁନାହାଁନ୍ତି ବୋଲି ଘୋଷଣା କରିଥିଲେ । ଏହାସହ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଖବର ଆସିଥିଲା । ଅନେକ କଳ୍ପନାଜଳ୍ପନା ପରେ ପ୍ରଶାନ୍ତ କିଶୋର ପୁଣି ଥରେ ଟିଏମସି ସହିତ କାମ କରୁଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିର ଭିତ୍ତିଭୂମି ସଜାଡ଼ିବା ପାଇଁ ସେ ଗୋଆରେ ମଧ୍ୟ ପହଞ୍ଚିଛନ୍ତି ।

ଦଶନ୍ଧି ଧରି ବିଜେପିର ପ୍ରାଧାନ୍ୟର ପୂର୍ବାନୁମାନ କରିଥିବା ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ଲେହେର ପର୍ଯ୍ୟନ୍ତ ବିଜେପି କ୍ଷମତାରେ ରହିବ ବୋଲି ଭ୍ରମରେ ଅଛି କଂଗ୍ରେସ । ବିଜେପି ଉପରେ ଜୟ ପରାଜୟର ପ୍ରଭାବ ପଡ଼ିବନି । ବେଶ୍ କିଛି ଦିନ ଧରି ଭାରତୀୟ ରାଜନୀତିର କେନ୍ଦ୍ରରେ ରହିବ ଭାରତୀୟ ଜନତା ପାର୍ଟି । କଂଗ୍ରେସ ଯେପରି ୪୦ ବର୍ଷ ଧରି ଶାସନ କରୁଥିଲା, ବିଜେପି ସେପରି ଦଶନ୍ଧି ଧରି କ୍ଷମତାରେ ରହିବ । ଦରଦାମ ବୃଦ୍ଧି ଯୋଗୁଁ ଲୋକେ ମୋଦିଙ୍କ ଉପରେ ରାଗି ପାରନ୍ତି । ଆଉ କ୍ଷମତାରରୁ ହଟିଗଲେ ମଧ୍ୟ ବିଜେପିର ଭାଉ କମିବନି । ‘ମୋଦିଙ୍କ ଶକ୍ତି ବୁଝୁନାହାନ୍ତି ରାହୁଲ’-ରାହୁଲ ଗାନ୍ଧୀ ମୋଦିଙ୍କ ଲୋକପ୍ରିୟତା ତଥା ଶକ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ । ମୂଳଦୁଆ ପଡ଼ିସାରିଛି । କିଛି ସମୟ ମଧ୍ୟରେ ମୋଦିଙ୍କୁ ମଦ୍ୟ ଗାଦିଚ୍ୟୁତ ହେବାକୁ ପଡ଼ିବ ବୋଲି ରାହୁଲ ଚିନ୍ତା କରୁଛନ୍ତି । କିନ୍ତୁ ନିକଟ ଭବିଷ୍ୟତରେ ସେପରି କିଛି ହେବାର ସମ୍ଭାବନା ନାହିଁ । ବିରୋଧୀଙ୍କ ଶକ୍ତି ସମ୍ପର୍କରେ ଜାଣିଲେ ହିଁ ତାକୁ ସାମ୍ନା କରିବା ସହଜ ହେବ । ମୋଦି ଅଳ୍ପ ସମୟ ମଧ୍ୟରେ କିପରି ଏତେ ଲୋକପ୍ରିତୟା ସାଉଣ୍ଟୁଛନ୍ତି, ତାହା ଜାଣିପାରୁନି କଂଗ୍ରେସ । ଅନ୍ଧାରେ ବାଡ଼ି ବୁଲାଇବା ଅପେକ୍ଷା ମୋଦିଙ୍କ ମାଷ୍ଟର ପ୍ଲାନ୍ ସମ୍ପର୍କରେ ଜାଣିବା ଜରୁରୀ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..