Report Card Odisha

| Daily Odia News

୫୦ ଆସନ ହରାଇବ ‘ବିଜେପି’ !….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୧୯ ତୁଳନାରେ ୨୦୨୪ରେ ବିଜେପି ବିଜୟ ହାସଲ କରିବାକୁ ପ୍ରସ୍ତୁତ ହେଉଛି। ବିଜେପିର ଏହି ବିଜୟ ଆଶା ଉପରେ କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି କି ୨୦୨୪ ସାଧାରଣ ନିର୍ବାଚନରେ ଶାସକ ‘ବିଜେପି’ ୫୦ଟି ଆସନ ହରାଇପାରେ |  ‘ବିଜେପି’ର ପ୍ରାଧାନ୍ୟକୁ ସ୍ବୀକାର କରୁଛି ସତ, କିନ୍ତୁ ଏ କଥା ବି ସତ ଯେ, ଅନେକ ରାଜ୍ୟରେ ‘ବିଜେପି’ ହାରୁ ଥିବାରୁ ସାଧାରଣ ନିର୍ବାଚନରେ ହାରିଯିବା ଅସମ୍ଭବ ନୁହେଁ।କେରଳ ସାହିତ୍ୟ ଉତ୍ସବରେ ଉଦ୍‌ବୋଧନ ଦେଇ ଶଶୀ ଥରୁର ଏଭଳି କିଛି କହିଛନ୍ତି |  ୨୦୧୯ରେ ‘ବିଜେପି’ର ସଫଳତା ତର୍ଜମା କଲେ ଜଣାପଡ଼େ ସେମାନେ ହରିୟାଣା, ଗୁଜରାଟ, ରାଜସ୍ଥାନରେ ପ୍ରାୟ ସମସ୍ତ ଆସନ ଏବଂ ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ଊଣାଅଧିକେ ଅଧିକାଂଶ ଆସନ ଏବଂ ପଶ୍ଚିମବଙ୍ଗରେ ୧୮ଟି ଆସନରେ ବିଜୟୀ ହୋଇଛନ୍ତି। ଏବେ ଉପରୋକ୍ତ ଅଞ୍ଚଳରେ ୨୦୧୯ର ସଫଳତା ପରି ସଫଳତା ପ୍ରଦର୍ଶନ କରିବା ଅସମ୍ଭବ। ତେଣୁ ୨୦୨୪ରେ ବିଜେପି ଉପରୋକ୍ତ ଅଞ୍ଚଳରେ ସଂଖ୍ୟାଗରିଷ୍ଠତା ହାସଲ କରି ନ ପାରେ । ୨୦୧୯ ସାଧାରଣ ନିର୍ବାଚନର ଅଳ୍ପଦିନ ପୂର୍ବରୁ ସଂଗଠିତ ‘ପୁଲ୍‌ୱାମା’ ଆକ୍ରମଣ ଓ ‘ବାଲାକୋଟ୍‌ ଷ୍ଟ୍ରାଇକ୍‌’ ଯେଭଳି ଚହଳ ପକାଇଥିଲା ୨୦୨୪ରେ ‘ବିଜେପି’ ସପକ୍ଷରେ ସେଭଳି କୌଣସି ଘଟଣା ନାହିଁ। ତେଣୁ, ‘ବିଜେପି’ ହାତରୁ ୫୦ଟି ଆସନ ବିରୋଧୀମାନଙ୍କୁ ହାତକୁ ଚାଲିଯାଇପାରେ ବୋଲି ଥରୁର୍‌ କହିଛନ୍ତି।

Breaking News