Report Card Odisha

| Daily Odia News

ଛୁଆକୁ ଛାଡ଼ି ପ୍ରେମିକ ସହ ମହିଳା ଫେରାର…..

ରିପୋର୍ଟ କାର୍ଡ / ଯାଜପୁର

ପର ପୁରୁଷ ପ୍ରେମରେପଡ଼ି ମା’ ନିଜ ଜନ୍ମ କଲା ଛୁଆକୁ ଛାଡ଼ିଚାଲି ଯାଇଛି | ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଖଣ୍ଡରା ଗ୍ରାମରେ । ଶ୍ୟାମ ମୁଣ୍ଡା ଶିକ୍ଷକତା କରୁଥିବା
ବେଳେ  ୨୦୧୭ ମସିହାରେ ରଜନୀଙ୍କୁ ପ୍ରେମ ବିବାହ କରିଥିଲେ। ସ୍ୱାମୀ ସ୍ତ୍ରୀ ୩ ବର୍ଷ ତଳେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ । ରଜନୀଙ୍କର ଅନ୍ୟ ଧର୍ମର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତ ୯ ଦିନ ତଳେ ରଜନୀ ସ୍ୱାମୀ ନ ଥିବା ବେଳେ ଛୁଆକୁ ଛାଡ଼ି ପ୍ରେମିକ ସହ ଚାଲି ଯାଇଛନ୍ତି | ଏନେଇ ଶ୍ୟାମ କଳିଙ୍ଗନଗର ଥାନାରେ ଏତଲା ଦେଇଛନ୍ତି |

Breaking News