ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସାମ ଏବଂ ପଶ୍ଚିମବଙ୍ଗ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଭୋଟ ହାତେଇବା ପାଇଁ ଅନେକ କସରତ ଚଳାଇଛନ୍ତି ରାଜନୈତିକ ଦଳ | ଆଜି ବିଜେପି ଆସାମ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି। ରାଜ୍ୟର ୩୦ ଲକ୍ଷ ଲୋକଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏହା ସହିତ ଘୋଷଣାପତ୍ରରେ ଦୁଇ ଲକ୍ଷ ଯୁବକଯୁବତୀଙ୍କୁ ସରକାରୀ ଏବଂ ୮ ଲକ୍ଷ ଯୁବକଯୁବତୀଙ୍କୁ ଘରୋଇ କ୍ଷେତ୍ରରେ ଚାକିରି ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଛି। ଏହା ସହିତ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଏନଆରସି ଲାଗୁ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଇସ୍ତାହାର ଜାରି କରି କହିଛନ୍ତି, ଆସାମରେ ପୁଣି ଥରେ ବିଜେପି ଶାସିତ ସରକାର ଗଠନ କରିବ। ରାଜ୍ୟରୁ ଅନୁପ୍ରବେଶକାରୀଙ୍କୁ ବାହାର କରିବା ଲାଗି ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଏନଆରସି ଲାଗୁ କରାଯିବ। ତା’ ସହିତ ରାଜ୍ୟରେ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଇସ୍ତାହାର ଘୋଷଣା ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଉପସ୍ଥିତ ଥିଲେ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..