ରିପୋର୍ଟ କାର୍ଡ / ବେଙ୍ଗାଲୁରୁ
ବେଙ୍ଗାଲୁରୁରେ ୪୬ ବର୍ଷୀୟ ବିଜେପି ନେତା ଅନନ୍ତରାଜୁଙ୍କ ଆତ୍ମହତ୍ୟାକୁ ନେଇ କେତେକ ଚାଞ୍ଚଲ୍ୟକର ତଥ୍ୟ ତଦନ୍ତରୁ ସାମ୍ନାକୁ ଆସିଛି। ହନିଟ୍ରାପ୍ର ଶିକାର ହେବାପରେ ଅନନ୍ତରାଜୁ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ଅନନ୍ତରାଜୁଙ୍କ ଆତ୍ମହତ୍ୟା ପଛରେ ଦୁଇଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଅନନ୍ତରାଜୁ ହିରୋହାଲ୍ଲୀ ଅଂଚଳରେ ବିଜେପିର ସାଂଗଠନିକ ଦାୟିତ୍ବରେ ରହିଥିଲେ।। ଗୁରୁବାର ତାଙ୍କ ଘରେ ଏକ ସିଲିଂ ଫ୍ୟାନରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ସେହି ଘରୁ ଏକ ସୁଇସାଇଡ୍ ନୋଟ୍ ପୁଲିସ ଜବତ କରିଥିଲା। ଏଥିରେ ଜଣେ ମହିଳା ତାଙ୍କୁ ନିର୍ଯାତନା ଦେଉଥିବା ଉଲ୍ଲେଖ କରିଛନ୍ତି ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..