ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ରାଜନୀତିରେ ମିଶ୍ରଣପର୍ବ ଆରମ୍ଭ | ବଙ୍ଗ ବିଧାନସଭା ନିର୍ବାଚନରେ ହାରିବା ପରେ ବିଜେପିକୁ ବଡ ଝଟକା ଲାଗିଥିଲା | ଏବେ ଭାଜପାର ବଡ ନେତା ମୁକୁଲ ରାୟ ନିଜ ପୁଅ ଶୁଭ୍ରାଂଶୁଙ୍କ ସହ ଦଳ ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହା ବିଜେପିକୁ ଆଉ ଏକ ବଡ଼ ଝଟକା ଲାଗିଛି | ଦୀର୍ଘ ୪ ବର୍ଷ ପରେ ପୁଣି ଟିଏମସିକୁ ଫେରିଛନ୍ତି ମୁକୁଲ ରୟ | ଶୁକ୍ରବାର ଅପରାହ୍ନରେ ମୁକୁଲ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ପାର୍ଟି ମୁଖ୍ୟାଳୟରେ ଦଳ ସୁପ୍ରିମୋ ମମତା ବାନାର୍ଜୀ ଏବଂ ଅନ୍ୟ ନେତାଙ୍କ ସହ ରୁଦ୍ଧ ଦ୍ଵାର ବୈଠକ କରିଥିଲେ। ଏହା ପରେ ତାଙ୍କର ଗୃହ ପ୍ରତ୍ୟାବର୍ତ୍ତନ ଘଟିଛି । ମୁକୁଲ ରୟ ପୁଅ ଶୁଭ୍ରାଂଶୁ ସହ ଟିଏମସିରେ ସାମିଲ୍ ହେବା ପରେ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି, ମୁକୁଲ ରୟ ଦଳ ସହ କୌଣସି ବିଶ୍ୱାସ ଘାତକତା କରିନାହାଁନ୍ତି । ମୁକୁଲ ଗୃହକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ମମତା କହିଛନ୍ତି | ଆହୁରି ଏହା ମଧ୍ୟ କହିଛନ୍ତି ଯେଉଁମାନେ ଦଳ ସହ ବିଶ୍ୱାସ ଘାତକତା କରିଛନ୍ତି, ସେମାନଙ୍କୁ ଫେରାଇ ଅଣାଯିବ ନାହିଁ । ସୂଚନାଯୋଗ୍ୟ, ମୁକୁଲ ରାୟ ଦଳ ଛାଡିବା ବିଜେପି ପାଇଁ ବହୁତ ବଡ କ୍ଷତି ବୋଲି କୁହାଯାଉଛି । ୨୦୧୭ ପରେ ଟିଏମସିର ବଡ ବଡ ନେତାଙ୍କୁ ବିଜେପିରେ ସାମିଲ କରାଇବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା । ଏବେ ମୁକୁଲଙ୍କ ଗୃହ ପ୍ରତ୍ୟାବର୍ତ୍ତନ ପରେ ତାଙ୍କର ନିକଟତର ଏବଂ ସମର୍ଥକ ମଧ୍ୟ ଟିଏମସିକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି।






More Stories
୭୫ ଦେଶର ଲୋକଙ୍କୁ ଆମେରିକାରେ ନୋ ଏଣ୍ଟ୍ରି…..
ମମତାଙ୍କୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ…..
ଜୟପୁରରେ ୭୮ତମ ସ୍ଥଳସେନା ଦିବସ ପାଳନ…..