Report Card Odisha

| Daily Odia News

ହାଇଓ୍ବାକୁ ଧକ୍କା ଦେଲା ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଚାଳକ….

ରିପୋର୍ଟ କାର୍ଡ / ପାରାଦ୍ବୀପ

କୋଇଲା ବୋଝେଇ ହାଇଓ୍ବାକୁ ଧକ୍କା ଦେଲା ଟ୍ରେନ୍ । ଦୁର୍ଘଟଣାରେ ହାଇଓ୍ବାଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ ମାର ହୋଇଯାଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ନେଇ ସୂଚନା ମିଳିଛି । ଏଭଳି ଦୁର୍ଘଟଣା ଘଟିଛି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ | ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ୧୨ଟା ସମୟରେ ଏକ ଟ୍ରେନ ବନ୍ଦର ଭିତରକୁ ପ୍ରବେଶ କରୁଥିଲା । ଏହି ସମୟରେ ୩ ନମ୍ବର ଗେଟ୍ ପାଖ ୮ ନମ୍ବର ପ୍ଲଟରୁ କୋଇଲା ବୋଝେଇ କରି ଆସୁଥିବା ଓଡ଼ି-୨୧-ଜି-୭୦୮୭ ନମ୍ବର ବିଶିଷ୍ଟ ଏକ ହାଇଓ୍ବାକୁ ଟ୍ରେନଟି ଜୋରରେ ଧକ୍କା ଦେଇଥିଲା । ଟ୍ରେନ୍ ଟି ଧକ୍କା ଦେଇ କିଛି ବାଟ ହାଇଓ୍ବାକୁ ଘୋଷାଡି ନେଇଥଲା । ତେବେ ସେହି ସ୍ଥାନରେ ରେଳ ଧାରଣା ପାର ହୋଇ ସବୁଦିନ ହଜାର ହଜାର ଟ୍ରକ୍ ଯାତାୟତ କରୁଥିଲେ ମଧ୍ୟ କେହି ଜଗୁଆଳ ନଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି । ଟ୍ରେନ୍ ଆସିଲେ ସତର୍କତା ପାଇଁ କେବଳ ଏକ ସାଇରନ୍ ବାଜୁଛି । ଫଳରେ ଯାତାୟାତ କରୁଥିବା ଭାରିଯାନଗୁଡିକ ଅଧିକାଂଶ ସମୟରେ ଉକ୍ତ ସାଇରନକୁ ଶୁଣିନପାରିବାରୁ ଦୁର୍ଘଟଣା ଘଟୁଛି । ଏଥିପ୍ରତି ବନ୍ଦର କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

Breaking News