ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ବିଜେପି ସାଂସଦ ଅନୁରାଗ ଠାକୁର ଏବଂ ବାଂଶୁରୀ ସୁରଜ ସଂସଦ ମାର୍ଗ ଥାନାରେ ରାହୁଲଙ୍କ ବିରୋଧରେ ଏତଲା ଦେଇଛନ୍ତି। ଗୁରୁବାର ପୂର୍ବାହ୍ନରେ ସଂସଦ ଭବନ ପାଖରେ ଠେଲାପେଲା ଘଟଣାରେ ବିଜେପି ପକ୍ଷରୁ ଏହି ଏତଲା ଦିଆଯାଇଛି। ଗୁରୁବାର ସଂସଦ ଭବନ ଶିଡ଼ିରୁ ଖସି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଅନ୍ୟଜଣେ ସାଂସଦ ମୁକେଶ ରାଜପୁତ ବି ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ରାହୁଲ ଗାନ୍ଧୀ ଧକ୍କା ଦେବାରୁ ପ୍ରତାପ ତଳେ ପଡ଼ି ଆହତ ହୋଇଥିବା ଅଭିଯୋଗ କରିଥିଲେ। କିନ୍ତୁ ରାହୁଲଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ସେ କହିଥିଲେ ଯେ, ସେ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସଂସନ ଭବନ ଭିତରକୁ ପ୍ରବେଶ କରିବା ସମୟରେ ବିଜେପି ସାଂସଦମାନେ ସେମାନଙ୍କୁ ଅଟକାଇଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଯାହାଫଳରେ ଏପରି ଘଟଣା ଘଟିଲା ବୋଲି ରାହୁଲ କହିଥିଲେ। ତେବେ ଏହି ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରିବା ସହିତ ରାହୁଲଙ୍କୁ କଡ଼ା ସମାଲୋଚନା କରିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦଳ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..