Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ମୋଦି ପ୍ରଭୁ ରାମ ଏବଂ କୃଷ୍ଣ ଭଗବାନଙ୍କ ଅବତାର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ରାମ ଏବଂ କୃଷ୍ଣଙ୍କ ପରି ଭଗବାନଙ୍କ ଅବତାର | ମଧ୍ୟପ୍ରଦେଶର କୃଷି ମନ୍ତ୍ରୀ ତଥା ବିଜେପି ନେତା କମଲ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭଗବାନଙ୍କ ସହ ତୁଳନା କରିଛନ୍ତି | ଏହା ମଧ୍ୟ କହିଛନ୍ତି କି କଂଗ୍ରେସର ଅତ୍ୟାଚାର, ଦୁର୍ନୀତି ଏବଂ ଦେଶର ସଂସ୍କୃତିର ବିନାଶ ଦ୍ୱାରା ସୃଷ୍ଟି ହୋଇଥିବା ନିରାଶାର ପରିବେଶକୁ ଶେଷ କରିବା ପାଇଁ ତାଙ୍କର ଜନ୍ମ ହୋଇଛି । କମଲ ପଟେଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ବିଶ୍ୱ ଗୁରୁ ହେବା, ଦେଶକୁ ଦୁର୍ନୀତିମୁକ୍ତ କରିବା ତଥା ଜନ କଲ୍ୟାଣ ସୁନିଶ୍ଚିତ କରିବା ଭଳି କାର୍ଯ୍ୟ ଜଣେ ସାଧାରଣ ଲୋକ ଦ୍ୱାରା ହୋଇପାରିବ ନାହିଁ । ‘ ସେ କହିଛନ୍ତି, ‘ଆମ ଧର୍ମ ଓ ସଂସ୍କୃତିରେ କୁହାଯାଇଛି ଯେ ଯେତେବେଳେ ବି ଭାରତରେ ସଙ୍କଟ ଦେଖାଦେଇଥାଏ ଏବଂ ଅତ୍ୟାଚାର ବଢିଯାଏ, ସେତେବେଳେ ଭଗବାନ ମନୁଷ୍ୟ ରୂପରେ ଅବତାର ନିଅନ୍ତି।’ ସେ କହିଛନ୍ତି ଯେ ଭଗବାନ ରାମ ଜଣେ ମଣିଷ ଭାବରେ ଅବତାର ନେଇଥିଲେ ଏବଂ ରାକ୍ଷସ ରାବଣକୁ ବଧ କରି ଲୋକମାନଙ୍କୁ ସୁରକ୍ଷା ଦେଇ ‘ରାମ ରାଜ୍ୟ’ ପ୍ରତିଷ୍ଠା କରିଥିଲେ।

ମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ କଂସର ଅତ୍ୟାଚାର ବଢିଥିଲା, ସେତେବେଳେ ଭଗବାନ କୃଷ୍ଣ ଜନ୍ମ ଗ୍ରହଣ କଲେ ଏବଂ କଂସକୁ ବଧ କରି ସାଧାରଣ ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିଥିଲେ । ସେହିଭଳି, ଯେତେବେଳେ କଂଗ୍ରେସର ଅତ୍ୟାଚାର ବ ବଢିଗଲା, ଦୁର୍ନୀତି ବଢ଼ିଲା ଓ ଦେଶର ସଂସ୍କୃତି ନଷ୍ଟ ହୋଇଗଲା ସେତେବେଳେ ଏହାକୁ ଶେଷ କରିବା ପାଇଁ ନରେନ୍ଦ୍ର ମୋଦୀ ଜନ୍ମ ହୋଇଥିଲେ ବୋଲି ପଟେଲ କହିଛନ୍ତି। ପଟେଲ କହିଛନ୍ତି,“ଏଗୁଡ଼ିକ ଅସମ୍ଭବ କାର୍ଯ୍ୟ, ଯାହା ସାଧାରଣ ଲୋକ କରିପାରିବ ନାହିଁ। ଯଦି ସମ୍ଭବ ହେଉଥାନ୍ତା ଏହା ୬୦ ବର୍ଷ ମଧ୍ୟରେ ହୋଇଯାଇଥାନ୍ତା |

 

Breaking News