Report Card Odisha

| Daily Odia News

ଗିରଫ ହେବେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ!….

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ବୋଲଗଡ଼ ୧୧୪ ନମ୍ବର ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ ଭାଙ୍ଗିବା ସହ ପ୍ରିଜାଇଡିଂ ଓ ପୁଲିଂ ଅଧିକାରୀଙ୍କୁ ଆକ୍ରମଣ କରି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦେବଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ବୋଲଗଡ଼ ବ୍ଲକ ବଡକୁମାରୀ ଗ୍ରାମପଞ୍ଚାୟତର ରାଜସୁନାଖଳା ଭୋଟ ଗ୍ରହଣ କେନ୍ଦ୍ରରେ ପ୍ରଶାନ୍ତ ଜଗଦେବ ନିଜର ଭୋଟ ଦାନ ସମୟରେ ଇଭିଏମକୁ ବାଡେଇ ଭାଙ୍ଗିବା ସହ କାର୍ଯ୍ୟରତ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ କାରରେ ଯାଉଥିବା ବେଳେ ପ୍ରଶାନ୍ତ ଜଗଦେବଙ୍କୁ ଅଟକ ରଖିଥିଲା ପୋଲିସ ।

Breaking News