ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଧାନସଭାରେ ବିଜେପି ବିଧାୟକ ଅଶ୍ଲୀଳ ଭିଡିଓ ଦେଖିବା ଚର୍ଚ୍ଚାର ବିଷୟ ପାଲଟିଛି। ତ୍ରିପୁରା ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଚାଲୁଥିବା ବେଳେ ଜଣେ ବିଜେପି ବିଧାୟକ ଅଶ୍ଲୀଳ ଭିଡିଓ ଦେଖିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ହେଉଛନ୍ତି ଉତ୍ତର-ପୂର୍ବ ରାଜ୍ୟର ବଗବସା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଯାଦବ ଲାଲ ନାଥ। ବିଧାନସଭାରେ ରାଜ୍ୟ ବଜେଟ୍ ସହ ଜଡିତ ଆଲୋଚନା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ଏହି ଘଟଣା ପରେ ବିଜେପି, ବିଧାୟକଙ୍କଠାରୁ ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ମାଗି ତାଙ୍କୁ ସମନ ପଠାଇଛି। ଶ୍ରୀ ନାଥ ଏପର୍ଯ୍ୟନ୍ତ ଅଭିଯୋଗ କିମ୍ବା ଭିଡିଓ ଉପରେ କୌଣସି ପ୍ରତିକ୍ରିୟା ଦେଇନଥିବା ସୂଚନା ମିଳିପାରିନାହିଁ |






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..