Report Card Odisha

| Daily Odia News

ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଖାରଜ…..

ରିପୋର୍ଟ କାର୍ଡ / ସମ୍ବଲପୁର

ବରିଷ୍ଠ ବିଜେପି ବିଧାୟକ ତଥା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଖାରଜ କରିଛନ୍ତି ହାଇକୋର୍ଟ। ଗତ ଫ୍ରେବୁଆରୀ ୧୫ ତାରିଖ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନବେଳେ ପୋଲିସ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ହୋଇଥିଲା | ଏହି ଘଟଣାରେ ଆଗୁଆ ଜାମିନ୍ ଦେବାକୁ ମନା କରିଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ କର୍ତ୍ତବ୍ୟ ସମ୍ପାଦନରେ ବାଧା ଅଭିଯୋଗରେ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ଏତଲା ଦେଇଥିଲେ। ସମ୍ବଲପୁର ଟାଉନ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ଏବେ ଉକ୍ତ ମାମଲାରେ ହାଇକୋର୍ଟ ଜୟନାରାୟଣଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି। ସେହିଭଳି କ୍ଷେତରାଜପୁର ଥାନା ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ।

Breaking News