Report Card Odisha

| Daily Odia News

‘ବିଜେପିର ପାପ’ ପାଇଁ ଲୋକେ କାହିଁକି ଭୋଗିବେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହାଓଡ଼ାର ହିଂସାକାଣ୍ଡ ପାଇଁ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ସମାଲୋଚନା କରିଛନ୍ତି | କହିଛନ୍ତି କି ‘ବିଜେପିର ପାପ’ ପାଇଁ ଲୋକେ କାହିଁକି ଭୋଗିବେ। ଉଲ୍ଲେଖଯୋଗ୍ୟ, ପ୍ରଫେଟ୍‌ ମହମ୍ମଦ୍‌ଙ୍କ ଉପରେ ନିଲମ୍ବିତା ବିଜେପି ମୁଖପାତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଆରମ୍ଭ ହୋଇଥିବା ପ୍ରତିବାଦ ଓ ସଂଘର୍ଷକୁ ଉଦ୍ଦେଶ୍ୟ କରି ମୁଖ୍ୟମନ୍ତ୍ରୀ ବାନାର୍ଜୀ ଉପରୋକ୍ତ କଥା କହିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ଏକଥା ମୁଁ ଆଗରୁ କହିଛି। ହାଓଡ଼ାରେ ଯାହା ଘଟୁଛି ସେଥିପାଇଁ କେତେକ ରାଜନୈତିକ ଦଳ ଦାୟୀ। ସେମାନେ ଦଙ୍ଗା କରିବାକୁ ଚାହାଁନ୍ତି। କିନ୍ତୁ, ତାହା ସହ୍ୟ କରାଯିବ ନାହିଁ। ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଜେପିର ପାପ ପାଇଁ ଲୋକେ କାହିଁକି ଦୁର୍ଦ୍ଦଶାଗ୍ରସ୍ତ ହେବେ | ପଶ୍ଚିମବଙ୍ଗର ସଚିବାଳୟ ‘ନବାନ୍ନ’ ଥିବା ହାଓଡ଼ାରେ ନୂପୁର ଶର୍ମାଙ୍କ ବିବାଦୀୟ ବକ୍ତବ୍ୟ ହେତୁ ଗୁରୁବାରଠାରୁ ପ୍ରବଳ ପ୍ରତିବାଦ ଆରମ୍ଭ ହୋଇଛି। ଗୁଜବ ସମ୍ପ୍ରସାରଣ ରୋକିବା ଲାଗି ଆଜି ସକାଳ ୬ଟାରୁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରିବା ଲାଗି ଶୁକ୍ରବାର ଦିନ ସରକାର ଆଦେଶ ଦେଇଛନ୍ତି। ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି ବୋଲି କହିବା ସତ୍ତ୍ବେ ଆଜି ମଧ୍ୟ ସହରରେ ପ୍ରତିବାଦକାରୀ ଓ ପୁଲିସ ମଧ୍ୟରେ ସାନି ସଂଘର୍ଷ ଲାଗିଥିଲା। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ହାଓଡ଼ା ଜିଲ୍ଲାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଶୁକ୍ରବାର ରାତିରୁ କ‌ୌଣସି ପ୍ରତିବାଦ ଅଥବା ହିଂସାକାଣ୍ଡ ରିପୋର୍ଟ ହୋଇନାହିଁ।

Breaking News