ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ଥରେ ଅଶାନ୍ତ ହୋଇଉଠିଛି ପାକିସ୍ତାନ। ବେଲୁଚିସ୍ତାନରେ ଥିବା କ୍ୱେଟା ରେଲୱେ ଷ୍ଟେସନ ପରିସରରେ ଘଟିଛି ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାକିସ୍ତାନର ଏକ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ରେଲୱେ ଷ୍ଟେସନର ବୁକିଂ କାର୍ଯ୍ୟାଳୟ ନିକଟରେ ଘଟିଛି। ପେସୱାର ଅଭିମୁଖେ ଯିବାକୁ ଥିବା ଏକ ପାସେଞ୍ଜର ଟ୍ରେନ୍ଟି ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଏହି ବିସ୍ଫୋରଣ ଘଟିଛି। ଉକ୍ତ ସମୟରେ ଷ୍ଟେସନରେ ଖଚାଖଚ ଲୋକ ଥିଲେ। ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଖବର ପାଇ ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିଛନ୍ତି। ଏଥିସହ ବମ୍ ନିଷ୍ଟ୍ରିୟ ଟିମ୍ ଷ୍ଟେସନରେ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି। କ୍ୱେଟାସ୍ଥିତ ସିଭିଲ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି। ପ୍ରାଥମିକ ତଦନ୍ତରୁ କ୍ୱେଟା ଷ୍ଟେସନରେ ଦୁଇଟି ବମ୍ ବ୍ଲାଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ କିଏ ଓ କାହିଁକି ଏହି ବମ୍ ବ୍ଲାଷ୍ଟ କରିଛି, ଏହା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇପାରିନି। କୌଣସି ଆତଙ୍କୀ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି। ବୋମା ବିସ୍ଫୋରଣ ପରେ ଚରିଆଡ଼େ ଲୋକେ ଜୀବନ ବିକଳରେ ଧାଁଦୌଡ଼ କରିବାକୁ ଲାଗିଲେ। ଫଳରେ ତଳେ ପଡ଼ି ବହୁ ଜଣ ଆହତ ହୋଇଛନ୍ତି।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….