ରିପୋର୍ଟ କାର୍ଡ / କଟକ
କଟକ ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୭ ବ୍ଲକ ଡିଇଓଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ । ମନରେଗା କାମ ତ୍ବରାନ୍ବିତ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରି ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଦରମା ବନ୍ଦ କରିଛନ୍ତି। ଆଠଗଡ, ବାଙ୍କୀ, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନରସିଂହପୁର ଓ ଟାଙ୍ଗୀ ଚୌଦ୍ୱାର ବ୍ଲକରେ ସଠିକ ଢଙ୍ଗରେ ମନରେଗା କାମ ହୋଇନି । ତେଣୁ ଏହି ସମସ୍ତ ବ୍ଲକ ବିଡ଼ିଓଙ୍କୁ ଦରମା ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି । ମନରେଗା ଓ ରୁରାଲ ହାଉସିଂ ସ୍କିମର କାର୍ଯ୍ୟରେ ଅବହେଳା ପାଇଁ ସାଲେପୁର ବିଡ଼ିଓ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେହିପରି ସାଲେପୁର ବ୍ଲକର ଆସିଷ୍ଟାଣ୍ଡ ଇଂଜିନିୟର, ଜୁନିୟର ଇଂଜିନିୟର, ପିଇଓ ଏବଂ ଏଡିଇଓଙ୍କ ଦରମା ବନ୍ଦ କରିଛନ୍ତି ବିଡ଼ିଓ । ଲକ୍ଷ୍ୟ ପୂରଣ ନ କରିବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଦରମା ବନ୍ଦ ହେବ । ଜିଲ୍ଲାପାଳଙ୍କ ରିଭ୍ୟୁରେ କାର୍ଯ୍ୟର ଅବହେଳା ହୋଇଥିବା ଜଣାପଡିବା ପରେ ସାଲେପୁର ବିଡିଓ ଏଭଳି କଡା ଆଭିମୁଖ୍ୟ ନେଇଛନ୍ତି।






More Stories
ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣର ତାରିଖ……
ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ……
ଘୂର୍ଣ୍ଣିଝଡ଼ରେ ପରିଣତ ହେଲା ବାତ୍ୟା ‘ମୋନ୍ଥା’!…..