ରିପୋର୍ଟ କାର୍ଡ / ବାଲେଶ୍ୱର
ଆଜି ବାଲେଶ୍ଵର ଚାନ୍ଦିପୁରସ୍ଥିତ ଡିଆରଡିଓ ପକ୍ଷରୁ ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ୍ରୁ ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ ବୁଷ୍ଟର କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି | ପରୀକ୍ଷଣ ସମୟରେ ସ୍ଥିରୀକୃତ ସମସ୍ତ ଲକ୍ଷ୍ୟକୁ ଏହି ବୁଷ୍ଟର ମିଶାଇଲ ସଫଳତାର ସହ ପୂରଣ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ହାଇଦ୍ରାବାଦସ୍ଥିତ ଡିଆର୍ଡିଏଲ୍ ଓ ଡିଆର୍ଡିଓର ମିଳିତ ପ୍ରୟାସରେ ବିକଶିତ ଏହି କ୍ଷେପଣାସ୍ତ୍ର ୩୫୦ କି.ମି. ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ ସହ ଶବ୍ଦର ଗତିଠାରୁ ୪ ଗୁଣ ଅଧିକ ବେଗରେ ଗତି କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ‘ଏସ୍ଏଫ୍ଡିଆର’ର ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଡିଆରଡିଓର ବୈଜ୍ଞାନିକ, ଭାରତୀୟ ବାୟୁସେନା ଓ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳ ପରୀକ୍ଷଣରେ ସମ୍ପୃକ୍ତ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପଟେ ମିଶାଇଲର ସଫଳ ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ଖୁସିବ୍ୟକ୍ତ କରିବା ସହ ଡିଆର୍ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..