ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରର ରାସ୍ତା, ଫୁଟପାଥ୍, ଡ୍ରେନ ଉପରେ ଖାଦ୍ୟ ଷ୍ଟଲ୍ ରହିପାରିବନି । ଆଜି ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ୍ ପାଇଁ ଭୁବନେଶ୍ୱର ମହାନଗର ନିଗମ ବିଜ୍ଞପ୍ତି ପ୍ରକାଶକରିଛି। ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥିଲେ ଖାଦ୍ୟ ପରିବେଷଣ ହୋଇପାରିବନି । ପାର୍କିଂ ପାଇଁ ଜାଗା ନଥିଲେ କେବଳ ପାର୍ସଲ ଦେଇ ପାରିବେ । ରାସ୍ତା ଉପରେ ପାର୍କିଂ ହୋଇଥିଲେ ଗାଡ଼ି ସିଜ୍ କରାଯିବ, ଜରିମାନା କରାଯିବ ।ବାରମ୍ବାର ଉଲ୍ଲଂଘନ ହେଲେ ଟ୍ରେଡ୍ ଲାଇସେନ୍ସ ବାତିଲ କରାଯିବ । ସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ଓ ପରିବେଷଣ ହେବା ଆବଶ୍ୟକ । ଦୁଇଟି ଡଷ୍ଟବିନ୍ ରଖିବେ, ସେଥିରେ ଓଦା ଓ ଶୁଖିଲା ଆବର୍ଜନା ରଖିବେ । ନିଜ ଦୋକାନ ଠାରୁ ୫ ମିଟର ପର୍ଯ୍ୟନ୍ତ ଅଞ୍ଚଳ ସଫା ରଖିବାକୁ ପଡିବ । ବିଏମ୍ସିର ସ୍ୱତନ୍ତ୍ର ଦଳ ସହରସାରା ବିଭିନ୍ନ ସ୍ଥାନରେ ଚଢ଼ଉ କରିବେ । ତେବେ ଏହିସବୁ ନିୟମ ନମାନିଲେ ଫାଇନ ଦବାକୁ ପଡିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
More Stories
ଏସଆଇ ଚାକିରୀ ସ୍କାମରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ……
ଏସଆଇ ପରୀକ୍ଷା ଜାଲିଆତି:ସିଲିକନ ସିଇଓଙ୍କୁ ଜେରା…..
ପିଓକେରେ ହିଂସା; ସେନା ଗୁଳିରେ ୧୨ ମୃତ…..