ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସମୟରେ ପାର୍କିଂ ସମସ୍ୟା ଉପୁଜୁଛି। ଯାହାକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ। ତେବେ ପାର୍କିଂ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି ମେୟର। ସେ କହିଛନ୍ତି ବିନା ବ୍ୟବସ୍ଥାରେ ପାର୍କିଂ କଟକଣା ଠିକ୍ ନୁହେଁ। ଆମେ ଅଧିକ ପାର୍କିଂ ବଢାଇବୁ । ଏବଂ ପ୍ରାଇଭେଟ୍ ପ୍ଲଟ୍ ନେବୁ। ଦୋକାନୀ ଓ ସର୍ପିଂ ମଲ୍କୁ ପାର୍କିଂ ପ୍ଲେସ୍ କରିବାକୁ ସମୟ ଦେବୁ। ଲୋକମାନେ ଯେମିତି କୌଣସି ସମସ୍ୟା ନ ଭୋଗନ୍ତୁ , ସେମିତି ହିଁ ପଦକ୍ଷେପ ନିଆଯିବ। ଏ ନେଇ ଆମେ କମିଶନରେଟ୍ ପୋଲିସ ସହ ଆଲୋଚନା କରିଛୁ ବୋଲି କହିଛନ୍ତି ମେୟର।






More Stories
ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ଅଦଳବଦଳ…..
ସର୍ବଦଳୀୟ ବୈଠକ ଶେଷ…..
ସୃଷ୍ଟି ହେଲା ବାତ୍ୟା ‘ସେନ୍ୟାର’…..