ରିପୋର୍ଟ କାର୍ଡ / ଭୁବନେଶ୍ୱର
ବନ୍ଦ ହେଲା ବିଏମସିର ଦାରୁଠେଙ୍ଗ ଡମ୍ପିଂୟାର୍ଡ। ଭୁବନେଶ୍ୱରରୁ ଆଉ ସହର ବାହାରକୁ ଯିବନି ଅଳିଆ । ଏ ନେଇ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଅବଗତ କରାଇଛି ଭୁବନେଶ୍ବର ମହାନଗର ନିଗମ । ମେ ଶେଷ ସୁଦ୍ଧା ଡମ୍ପିୟାର୍ଡ ବନ୍ଦ ପାଇଁ ବିଏମସିକୁ ମହଲତ ମିଳିଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ଡମ୍ପିଂୟାର୍ଡ ବନ୍ଦ କରିଛି ବିଏମସି । ଡମ୍ପିଂୟାର୍ଡ ବନ୍ଦ ନିଷ୍ପତ୍ତି ପରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି । ବିଏମସି ପକ୍ଷରୁ ଭୁବନେଶ୍ୱରରେ MCC ଓ MRF ପ୍ରତିଷ୍ଠା କରାଯାଇଥିବା ବେଳେ ଏଣିକି ସହରର ଅଳିଆ ସହର ଭିତରେ ପ୍ରକ୍ରିୟାକରଣ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ନେଇ ଅନେକ ସମୟରେ ବିବାଦ ଉପୁଜିଥିଲା । ବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ ବୈଠକ ବସିବା ସହ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ହସ୍ତକ୍ଷେପ ଓ ବିଭାଗୀୟ ମନ୍ତ୍ରୀ ଉଷାଦେବୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..