ରିପୋର୍ଟ କାର୍ଡ / ଭୁବନେଶ୍ବର
ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୩୦୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।ସମସ୍ତ ମୃତାହତଙ୍କ ପାଇଁ ବିଶ୍ୱର କୋଣ ଅନୁକୋଣରୁ ଛୁଟି ଆସିଥିଲା ସମବେଦନାର ବାର୍ତ୍ତା । ତେବେ ଏହା ମଧ୍ୟରେ ବହୁ ମୃତକଙ୍କୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇ ନାହିଁ । ତେବେ ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେଥିପାଇଁ ବିଏମସି ଜାରି କରିଛି ହେଲପ ଲାଇନ୍ ନମ୍ବର । ‘୧୯୨୯’ ନମ୍ବରକୁ ଫୋନ୍ କରି ସଂପର୍କୀୟମାନେ ସେମାନଙ୍କର ପରିଜନଙ୍କୁ ଚିହ୍ନଟ କରିପାରିବେ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୭୦ଟି ମୃତଦେହକୁ ସଂରକ୍ଷିତ କରି ରଖାଯାଇଛି । କେଉଁଠି ମୃତଦେହ ରଖାଯାଇଛି ସେନେଇ ଫୋନ୍ କରି ସେମାନେ ଜାଣିପାରିବେ । ତେଣୁ ସଂପର୍କୀୟମାନେ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ଘୂରି ବୁଲିବାର ଆବଶ୍ୟକତା ନାହିଁ । ଏପରିକି ସଂପର୍କୀୟ ଚାହିଁଲେ ରାଜଧାନୀରେ ସେମାନଙ୍କର ନିଜର ଲୋକଙ୍କର ଅନ୍ତିମ ସଂସ୍କାର କରିପାରିବେ । ମୃତକଙ୍କ ଫଟୋ ଓ ବିବରଣୀ ୱେବସାଇଟରେ ଉପଲବ୍ଧ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
More Stories
ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି…..
ୟପିରୁ ଆସିଲା ଆଳୁ….
କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ…..