ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ଥର ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା । ଆସନ୍ତା ୧୫ ତାରିଖ ଦିନ ଶିବ ବିବାହ ଅନୁଷ୍ଠିତ ହେବ। ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦେବା ସହ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ କେବଳ ୭ ଜଣ ସେବାୟତ ଏଥିରେ ସାମିଲ ହେବେ। ଏହି ୭ ଜଣିଆ ସେବାୟତଙ୍କ ତାଲିକା ପ୍ରସ୍ତୁତ କରି ମନ୍ଦିର ପ୍ରଶାସନ ବିଏମ୍ସିକୁ ଜଣାଇବ। ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ଏବଂ ଅଂଶ ଗ୍ରହଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦ୍ୟ ଉପକରଣ ତା’ ସହ ଶୋଭାଯାତ୍ରା ହେବନି। ସମସ୍ତ ନୀତି ପାଳନ ବେଳେ ମାସ୍କ ଓ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।





More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ