ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି କର୍ପୋରେଟରଙ୍କ ବିନା ଅନୁମତିରେ ସହରରେ କୌଣସି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ହୋଇ ପାରିବ ନାହିଁ । ଏଭଳି ନୂଆ ନିୟମ ଲାଗୁକରିବାକୁ ଯାଉଛି ଭୁବନେଶ୍ୱର ମହାନଗର ନିଗମ । ଅନେକ କର୍ପୋରେଟରଙ୍କ ପକ୍ଷରୁ ଏଭଳି ଦାବି ଆସିବା ପରେ ଏନେଇ ଆସନ୍ତା ବୈଠକରେ ପ୍ରସ୍ତାବ ପାରିତ ହେବାକୁ ଯାଉଛି । ଏନେଇ ପୂର୍ବ ବୈଠକରେ ଆଲୋଚନା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଅଫିସରଙ୍କ କାର୍ଯ୍ୟକୁ ନେଇ କର୍ପୋରେଟରମାନେ ଅସନ୍ତୁଷ୍ଟ ହୋଇଥିବା ଦେଖାଯାଇଥିଲା । କର୍ପୋରେଟରମାନେ ଯେଉଁ ଦୋକାନ ବା ଘରକୁ ଭାଙ୍ଗିବା ସପକ୍ଷରେ ନଥିଲେ ତାହାକୁ ଅଫିସରମାନେ ଭାଙ୍ଗି ଦେଉଥିବା ଦେଖାଯାଇଥିଲା । ନିକଟରେ କିଛି ୱାର୍ଡରେ ଏଭଳି କିଛି ଘଟିବା ପରେ କିଛି କର୍ପୋରେଟର ଏକତ୍ର ହୋଇଥିବା ଦେଖାଯାଇଛି । ଏଭଳି ଜବରଦଖଲ ଉଚ୍ଛେଦ ଆଗାମୀ ଦିନରେ ଅନ୍ୟ ୱାର୍ଡରେ ଘଟିପାରେ ଏହି ଆଶଙ୍କାରେ କର୍ପୋରେଟରମାନେ ଏକ ବିଧିବଦ୍ଧ ପ୍ରସ୍ତାବ ପାସ୍ କରିବାକୁ ଯୋଜନା କରିଛନ୍ତି ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..