Report Card Odisha

| Daily Odia News

ମିଠା ଦୋକାନରେ ବିଏମସିର ଚଢାଉ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦିନକ ପରେ ଆଲୋକର ପର୍ବ ଦୀପାବଳି । ଉତ୍ସବ ମୁଖର ଗାଁଠୁ ସହର | ଚଳିତ ବର୍ଷ ବାଣ ଦୋକାନରେ ଯଦିଓ ଭିଡ ଦେଖିବାକୁ ମୁଳୁନାହିଁ କିନ୍ତୁ ମିଠା ଦୋକାନରେ ପ୍ରବଳ ଭିଡ | ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ମିଠା ଦୋକାନରେ ଲାଗିଛି ଭିଡ । ମିଠା ଦୋକାନୀମାନଙ୍କର ବି ବେପାର ଜମୁଛି । ଦୀପାବଳି ପାଇଁ ମିଠା ଦୋକାନଗୁଡିକରେ ମିଠା କିଣିବା ପାଇଁ ଲୋକ ଭିଡ ଜମାଇଛନ୍ତି । ତେବେ ମିଠାର ମାନ ଯାଞ୍ଚ ପାଇଁ ବିଏମସି ପକ୍ଷରୁ ଚଢାଉ କରାଯାଇଛି । ତେବେ ମିଠା ଦୋକାନରେ ବିକ୍ରି ହେବା ପାଇଁ ଯେଉଁ ମିଠା ରଖାଯାଇଛି ତାହା ଉତ୍ତମ ମାନର ନା ନାହିଁ ସେ ନେଇ ଚାଲିଛି ଯାଞ୍ଚ । ବିଏମସି ଅଧିକାରୀଙ୍କ ପକ୍ଷରୁ ରାଜଧାନୀର ବିଭିନ୍ନ ମିଠା ଦୋକାନରେ ଚଢାଉ ଚାଲିଛି । ମିଠାର ମାନ ଯାଞ୍ଚ କରୁଛନ୍ତି ବିଏମସି ଅଧିକାରୀ ।

Breaking News