Report Card Odisha

| Daily Odia News

ବିଦେଶ ଯିବାକୁ ଥିଲେ ନେଇପାରିବେ କରୋନା ଟିକା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ବାସକରୁଥିବା ସମସ୍ତ ୧୮ରୁ ୪୪ ବର୍ଷୀୟ ଲୋକଙ୍କୁ ଠିକ୍ ସମୟରେ କରୋନା ଟିକା ଯୋଗାଇ ଦିଆଯିବ ବୋଲି ବିଏମସି କମିସନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି । ଆଉ ଯେଉଁମାନେ ଦ୍ୱିତୀୟ ଡୋଜ ଅପେକ୍ଷାରେ ରହିଛନ୍ତି ସେମାନଙ୍କୁ ମଧ୍ୟ ସଠିକ୍ ସମୟରେ ଟିକା ଦିଆଯିବ | ଟିକାକରଣକୁ ନେଇ ଲୋକମାନେ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ ବୋଲି ପ୍ରେସମିଟରେ କହିଛନ୍ତି ବିଏମସି କମିସନର। କହିଛନ୍ତି କି ପ୍ରଶାସନ ସେମାନଙ୍କୁ ସଠିକ୍ ସମୟରେ ଟିକା ଯୋଗାଇଦେବ। ଖୁବଶୀଘ୍ର ଟିକା ପାଇଁ ନୂଆ ସ୍ଲଟ ଖୋଲାଯିବ। ଯେଉଁମାନେ ଆଦୌ ଟିକା ନେଇନାହାନ୍ତି ସେମାନେ ସ୍ଲଟ ବୁକ୍ କରି ଟିକା ନେଇପାରିବେ । ଆଉ କହିଛନ୍ତିକି  ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଟିକାକରଣରେ ସାମିଲ ହୋଇପାରିବେ । ଏଥିପାଇଁ ଆସନ୍ତାକାଲିଠୁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଯାଇଛି । ୧୯୨୯ ଜରିଆରେ ଏଥିପାଇଁ ରେଜିଷ୍ଟ୍ରେସନ କରିବାକୁ ବିଏମସି କମିସନର ସୂଚନା ଦେଇଛନ୍ତି । ବିଏମସି କମିସନର କହିଛନ୍ତି, ରାଜଧାନୀରେ ଏବେ ସଂକ୍ରମଣ କମିବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ ଭୁବନେଶ୍ୱରରେ ତଳମୁହାଁ ଅଛି । ତେଣୁ ସମସ୍ତେ ସରକାରଙ୍କ ସଟଡାଉନ୍ ଏବଂ ଲକଡାଉନ୍ ନିୟମ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି । ତା ବାଦ୍ ଟିକାକରଣକୁ ନେଇ ମଧ୍ୟ ବିଏମସି କମିଶନର ସମସ୍ତଙ୍କୁ ଆଶ୍ୱସ୍ତ କରିଛନ୍ତି । ଭୁବନେଶ୍ୱରବାସୀଙ୍କୁ ସଠିକ୍ ସମୟରେ ଦ୍ୱିତୀୟ ଡୋଜ ଟିକା ଯୋଗାଇ ଦିଆଯିବ । ତା ସହ ନୂଆ ଲୋକମାନେ ମଧ୍ୟ ସ୍ଲଟ୍ ବୁକ୍ କରି ନିଜର ଟିକା ନେଇପାରିବେ ବୋଲି ବିଏମସି କମିସନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି ।

Breaking News