Report Card Odisha

| Daily Odia News

ସରକାରଙ୍କ ଆୟ ଉପରେ କରୋନା ଦ୍ଵିତୀୟ ଲହରର ପ୍ରହାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନାର ଦ୍ଵିତୀୟ ଲହର ପାଇଁ ସରକାରଙ୍କ ଜିଏସଟି ସଂଗ୍ରହରେ ହ୍ରାସ ଘଟିଛି। ଲକ୍‌ଡାଉନ୍ କାରଣରୁ ମେ ମାସ ସଂପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହିଲା। ଯାହାର ପ୍ରଭାବ ଜିଏସଟି ସଂଗ୍ରହ ଉପରେ ପଡିଛି। ଚଳିତ ବର୍ଷ ମେ’ ମାସରେ କେନ୍ଦ୍ର ସରକାର ଜିଏସ୍‌ଟି ରାଜସ୍ୱ ବାବଦରେ ୧,୦୨,୭୦୯ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏଥିରେ କେନ୍ଦ୍ରୀୟ ଜିଏସଟି(ସଜିଏସଟି) ସଂଗ୍ରହ ୧୭,୫୯୨ କୋଟି ଟଙ୍କା ରହିଥିବା ବେଲେ ରାଜ୍ୟଗୁଡିକରୁ ଜିଏସଟି(ଏସଜିଏସଟି) ସଂଗ୍ରହ ୨୨,୬୫୩ କୋଟି ଟଙ୍କା ରହିଛି। ସବୁଠୁ ଅଧିକ ରହିଛି ଇଣ୍ଟିଗ୍ରେଟେଡ୍ ଜିଏସଟି ସଂଗ୍ରହ। ଏଥିରେ ୫୩,୧୯୯ କୋଟି ଟଙ୍କା ସଂଗ୍ରହ ହୋଇ ପାରିଛି। ସେସ୍ ବାବଦରେ ୯,୨୬୫ କୋଟି ଟଙ୍କା ଟଙ୍କା ଆଦାୟ କରାଯାଇଛି। ଏହା ମଧ୍ୟରେ ଆମଦାନୀ ହୋଇଥିବା ଦ୍ରବ୍ୟଗୁଡ଼ିକ ଠାରୁ ୮୬୮ କୋଟି ଟଙ୍କାର ସେସ୍‌ ସଂଗ୍ରହ ହୋଇଛି। କିନ୍ତୁ ମେ ମାସର ଜିଏସଟି ସଂଗ୍ରହ ଏପ୍ରିଲ ତୂଳନାରେ କମ ରହିଛି। ଏପ୍ରିଲ ମାସରେ ୧,୪୧,୩୮୪ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲ। ସେହି ପରି ମାର୍ଚ୍ଚ ମାସରେ ୧,୨୩,୦୦୦ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା।

 

 

Breaking News