Report Card Odisha

| Daily Odia News

ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ଗଣନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ରାଜରାସ୍ତାରେ ଅନେକ ସମୟରେ କୁକୁରମାନଙ୍କର ଆତଙ୍କ ଦେଖିବାକୁ ମିଳେ । ବେଳେବେଳେ କିଛି କୁକୁର ହଠାତ୍ ଗାଡ଼ି ସାମ୍ନାକୁ ଚାଲି ଆସିବାରୁ ଦୁର୍ଘଟଣା ମାନ ଘଟିଥାଏ । ଏପରିକି କିଛି ଯାତ୍ରୀ କୁକୁର କାମୁଡ଼ାରେ ଆହତ ମଧ୍ୟ ହୋଇଥାନ୍ତି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁକୁରଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ଅସ୍ତ୍ରୋପଚାର କରାଯାଉଛି । ରାଜଧାନୀରେ କେତେ ସଂଖ୍ୟକ କୁକୁର ରହିଛନ୍ତି ତାହା ଜାଣିବା ପାଇଁ ପୂର୍ବରୁ କେବଳ ଅନୁମାନ ଓ ଆକଳନ କରାଯାଉଥିଲା । ମାତ୍ର ଏବେ ଗୋଟି ଗୋଟି କରି କୁକୁରଙ୍କ ଗଣନା କରାଯିବ । ତେବେ କୁକୁରଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ସ୍ପଷ୍ଟ ହେବା ପରେ ସେମାନଙ୍କର ବନ୍ଧ୍ୟାକରଣ କରାଯିବ । ଖୁବଶୀଘ୍ର ଏଥିପାଇଁ ବିଏମସି ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯିବ । ଏହାପରେ ୬ ମାସ ମଧ୍ୟରେ ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କ ଗଣନା କାର୍ଯ୍ୟ ସମାପ୍ତ କରାଯିବ । ତେବେ ପ୍ରତି ଲକ୍ଷେ ଲୋକରେ ୩ କୁକୁର ରହୁଥିବା ବିଏମସି ପକ୍ଷରୁ ହିସାବ କରାଯାଇଛି । ବର୍ତ୍ତମାନ ରାଜଧାନୀର ଜନସଂଖ୍ୟା ୧୪ ଲକ୍ଷ ଟପିଥିବା ବେଳେ ଏହି ଅନୁପାତରେ କୁକୁରଙ୍କ ସଂଖ୍ୟା ୪୨ ହଜାର ହୋଇଥିବା ନେଇ ଆକଳନ କରାଯାଇଛି । ଏହି ଆଧାରରେ ବିଏମସି ପକ୍ଷରୁ ପଶୁ ଜନ୍ମ ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରୀ କରାଯିବା ସହ ପ୍ରତି ମାସରେ ୨୦୦ଟି କୁକୁରଙ୍କ ଅପରେସନ କରିବାକୁ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କୁକୁରଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବା ପରେ ସମସ୍ତ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ପୋଷା କୁକୁରଙ୍କ ପାଇଁ ସ୍ପେଶାଲ ରୁଲ୍ ଲାଗୁ କରିବା ପାଇଁ ବିଏମସି ଡ୍ରାଫ୍ଟ ପ୍ରସ୍ତୁତ କରି ରଖିଛି । କର୍ପୋରେସନ ବୈଠକରେ ଏହା ଗୃହୀତ ହେବା ପରେ ଆଇନ ବିଭାଗକୁ ସ୍ୱୀକୃତି ଲାଭ ପାଇଁ ପଠାଯିବ ।

 

Breaking News