Report Card Odisha

| Daily Odia News

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ…..

ରିପୋର୍ଟ କାର୍ଡ / କଟକ

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ମୁଦ୍ରଣଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, କିଛି ସେଣ୍ଟରରେ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ହୋଇଥିବାର ଅଭିଯୋଗ ଆସିଛି। ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏଭଳି ମୁଦ୍ରଣଜନିତ ତ୍ରୁଟି ହୋଇଛି। ଏଥିଲାଗି ଛାତ୍ରଛାତ୍ରୀ ବା ଅଭିଭାବକମାନେ ଚିନ୍ତିତ ହୁଅନ୍ତୁ ନାହିଁ, ଆଉଥରେ ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ। ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀମାନଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆଯିବ। ବହୁତ କମ୍ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଘଟିଛି। କଣ ପାଇଁ ତ୍ରୁଟି ହୋଇଛି, ଏହା ଉପରେ ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ଜୋର ଦେଇ କହିଛନ୍ତି ବୋର୍ଡ ସଭାପତି ରାମଶିଷ ହାଜରା।
ସୂଚନା ମୁତାବକ, ଆଜିର ପ୍ରଶ୍ନପତ୍ରର ବି ସେଟ ଭିତରେ ଏ ସେଟ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଆଶଙ୍କା ଦେଖା ଦେଇଥି

 

 

Breaking News