ରିପୋର୍ଟ କାର୍ଡ / ଚିଲିକା
ଚିଲିକାରେ ଦୁଇଟି ଯାତ୍ରୀବାହୀ ଡଙ୍ଗା ଧକ୍କା ହୋଇଛି। ଦୁଇଟି ଡଙ୍ଗାରେ ବସିଥିବା ୬୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଡଙ୍ଗା ଚାଳକକୁ ମିଶାଇ ୩ ଜଣ ଆହତ ହୋଇଥିବା ବେଳେ ୫ଟି ବାଇକ୍ ଭାଙ୍ଗିଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାଗ୍ରସ୍ତ ଡଙ୍ଗା ମଧ୍ୟରୁ ଗୋଟିଏ ଜହ୍ନିକୁଦାରୁ ଯାତ୍ରୀ ନେଇ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଅନ୍ୟଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା। ମହିଁସା କୁଦ ନିକଟରେ କେହି କିଛି ଭାବିବା ପୁର୍ବରୁ ସାତପଡ଼ାରୁ ଯାତ୍ରୀ ନେଇ ଆସୁଥିବା ଡଙ୍ଗାଟି ଅନ୍ୟ ଡଙ୍ଗାଟିକୁ ପିଟି ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ଡଙ୍ଗା ଚାଳକଙ୍କ ସମେତ ୩ ଜଣ ଆହତ ହୋଇଥିବା ବେଳେ ୫ଟି ବାଇକ୍ କ୍ଷତିଗ୍ରସ୍ତ ହୋଇଛି। ଆହତମାନେ ଚିଲିକା ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି |






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..