Report Card Odisha

| Daily Odia News

ଥାନାରେ ଉତ୍ପାତ କଲେ ଆଉ ରକ୍ଷା ନାହିଁ, ଅଡିଓ ଓ ଭିଡିଓ ରେକର୍ଡ କରିବ ବଡି କ୍ୟାମେରା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା। ଥାନା ରିସେପସନ୍‌ ଦାୟିତ୍ୱରେ ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା। ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ ଓ ଭିଡିଓ ସେହି ବଡି କ୍ୟାମେରାରରେ ରେକର୍ଡ ହେବ। କେବଳ ଏତଲାକାରୀ ନୁହେଁ, ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ। ସେହି ତଥ୍ୟକୁ ତର୍ଜମା କରାଯିବ। କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି। ଏଥିପାଇଁ ନୂତନ ଜ୍ଞାନ କୌଶଳ ଆପଣାଇବାକୁ ଚେଷ୍ଟା କରାଯାଉଛି। ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହି ସେବା କମିଶନରେଟ୍‌ ପୁଲିସ ଆରମ୍ଭ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। ଅନେକ ସମୟରେ ନାନା ଅଭିଯୋଗ ଆସିଥାଏ। କେତେବେଳେ ଥାନାରେ ଅଭିଯୋଗକାରୀଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉନଥିଲା ତ ଆଉ କେତେବେଳେ ଅଭିଯୋଗ ଠିକ୍‌ ଭାବେ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଥିଲା। ଆଉ କେତେବେଳେ ଅଭିଯୋଗକାରୀ ଥାନାରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଅଭିଯୋଗ ଗ୍ରହଣ ହେଲା ପରେ ମଧ୍ୟ ପୋଲିସ ସହିତ ଯୁକ୍ତି ତର୍କ କରୁଥିବା ଅଭିଯୋଗ ହେଉଥିଲା। ଏପରି ଅଭିଯୋଗରୁ ମୁକ୍ତି ପାଇବା ପାଇଁ କମିଶନରେଟ୍‌ ପୋଲିସ ଏହି ବ୍ୟବସ୍ଥାକୁ ଆଣିଛି।

Breaking News