ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଗେଣ୍ଡୁ ଗଛ ଚୋରି କଲା ବୋଲି ନାବାଳିକାକୁ ମାରି ଟାଙ୍ଗିଦେଲେ ପଡ଼ୋଶୀ। ଝିଅକୁ ମାରି ଟାଙ୍ଗି ଦେଇଥିବା ପଡ଼ୋଶୀଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମୃତ ନାବାଳିକାଙ୍କ ମା’। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଭାଲୁହୁରୁଡ଼ା ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ସରସ୍ୱତୀ ହାଁସଦା। ସୀତା ହାଁସଦା ନିଜର ୧୨ ବର୍ଷର ଝିଅ ସରସ୍ୱତୀକୁ ପଡ଼ୋଶୀଙ୍କ ଘରେ ଛାଡ଼ି ଦେଇ ଭୁବନେଶ୍ୱର ଯାଇଥିଲେ। ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ଅନ୍ୟ ଜଣଙ୍କ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ଫୋନ୍ କରି କହିଥିଲେ ତାଙ୍କ ପଡ଼ୋଶୀ। ଗତ ରାତିରେ ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଞ୍ଚିବା ବେଳେ ଘର ଦ୍ୱାର ମୁହଁରେ ଝିଅ ସରସ୍ୱତୀର ଝୁଲନ୍ତା ମୃତଦେହ ଦେଖିଥିଲେ। ଗେଣ୍ଡୁ ଗଛ ଚୋରି କରିବାରୁ ପଡ଼ୋଶୀ ତାଙ୍କ ଝିଅ ସରସ୍ୱତୀକୁ ମାଡ଼ ମାରି ହତ୍ୟା କରି ଟାଙ୍ଗି ଦେଇଥିବା ଉଦଳା ଥାନା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାଆ। ଉଦଳା ଥାନା ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..