ରିପୋର୍ଟ କାର୍ଡ / ଖୋର୍ଦ୍ଧା
୩ଟି ପିଲାର ମାଆ ପ୍ରେମିକ ସହ ଫେରାର ହୋଇଯିବ ଘଟଣା ସହ ସ୍ୱାମୀ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି | ଏଭଳି ଘଟଣା ଘଟିଛି ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ପୋଡ଼ ପାଟଣା ଗ୍ରାମରେ | ସ୍ୱର୍ଗତ ମହେନ୍ଦ୍ର ସେଠୀଙ୍କ ପୁଅ ପଙ୍କଜ ସେଠୀ ଗତ କାଲି ନିଜ ଘରେ ପତ୍ନୀ ବିନା ଆତ୍ମହତ୍ୟା କରିଛନ୍ତି । ଘଟଣାରୁ ପ୍ରକାଶ ସୂଚନା ଅନୁସାରେ- ସ୍ୱର୍ଗତ ପଙ୍କଜର ୨ ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ବଡ଼ ଝିଅ ବିବାହିତ ଓ ତାର ଗୋଟିଏ କନ୍ୟା ସନ୍ତାନ ରହିଅଛି । ସାନ ପୁଅ ଓ ଝିଅ ରଜ ପର୍ବ ପାଳନ କରିବା ପାଇଁ ମାମୁଁ ଘରକୁ ଯାଇଥିବା ବେଳେ ପଙ୍କଜର ପତ୍ନୀ ତା’ର ପ୍ରେମିକ ସହିତ ଫେରାର ହୋଇ ଯାଇଛି । ସ୍ତ୍ରୀ ନ ଫେରିବାରୁ ଲୋକ ଲଜ୍ୟା ହେତୁ ସ୍ୱାମୀ ପଙ୍କଜ ଘରର କବାଟ ବନ୍ଦ କରି ଗତକାଲି ଆତ୍ମହତ୍ୟା କରିଥିବା ଜଣ ପଡିଛି । ଘରୁ ଦୁର୍ଗନ୍ଧ ବାହାରିବାରୁ ମୃତକ ପଙ୍କଜଙ୍କ ବଡ଼ ଭାଇ ରଙ୍କନାଥ ସେଠୀ ଘଟଣା ସମ୍ପର୍କରେ ବାଙ୍କୋଇ ଫାଣ୍ଡି ଅଧିକାରୀ ବିନାୟକ ମନ୍ତ୍ରୀଙ୍କୁ ଜଣାଇଥିଲେ । ଆତ୍ମହତ୍ୟା ଖବର ପାଇ ଫାଣ୍ଡି ଅଧିକାରୀ ଶ୍ରୀ ମନ୍ତ୍ରୀ ଓ ବୋଲଗଡ ଥାନା ଅଧିକାରୀ ବିଦିତା ନାୟକ ଘଟଣା ସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ମୃତ ପଙ୍କଜର ଶବକୁ ଜବତ କରି ଶବକୁ ପୋଷ୍ଟମଟମ୍ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ପଙ୍କଜ ବିରୋଧରେ କେସ୍ ନମ୍ୱର୍ ୮/୨୨ ଅନୁସାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..