ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପି ଚିଦାମ୍ବରମ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି । ସେ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ଯାଇଥିଲେ । ଚଳିତ ମାସ ଆରମ୍ଭରେ ରାଜ୍ୟସଭା ପାଇଁ ୪୧ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପି ଚିଦାମ୍ବରମ ଜଣେ ଅଟନ୍ତି । ନିକଟରେ ପି ଚିଦାମ୍ବରମ ତାମିଲନାଡୁରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ତାମିଲନାଡୁରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲା ପରେ ସେ ମହାରାଷ୍ଟ୍ର ଆସନ ଛାଡିଛନ୍ତି । ତେଣୁ ସେ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ସଭାପତି ଇସ୍ତଫା ସ୍ୱୀକାର କରିଛନ୍ତି । ଏହାସହ ସେ ମହାରାଷ୍ଟ୍ରବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ଆଗକୁ ମଧ୍ୟ ସେ ମହାରାଷ୍ଟ୍ରବାସୀଙ୍କ ସୁଃଖ ଓ ସମୃଦ୍ଧି ପାଇଁ କାମ କରିବେ ବୋଲି କହିଛନ୍ତି ।






More Stories
ଆତ୍ମବିଶ୍ୱାସ ବଢାଏ ‘ବନ୍ଦେ ମାତରମ’……
ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା……
ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଟାଟା ମୋଟର୍ସର ବିଶାଳ ଉପହାର…..