Report Card Odisha

| Daily Odia News

ଧୁମ ନଚାଉଛନ୍ତି ଆଲିଆ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସେଲିବ୍ରିଟିଙ୍କ ଟପ୍‌ ଲିଷ୍ଟରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ | ବର୍ତ୍ତମାନ ବକ୍ସ ଅଫିସରେ ଧମାଲ କରୁଛି ଆଲିଆ ଙ୍କ ଫିଲ୍ମ| ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ସୁପରହିଟ୍‌ ହେବାରେ ଲାଗିଛି। ନିକଟରେ ତାଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆଓାଡ଼ି ଓ ଆର୍‌ଆର୍‌ଆର୍‌ ରିଲିଜ୍‌ ହେବା ପରେ ଏବେ ସେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କର ଏହି ଦୁଇଟି ଫିଲ୍ମ ସୁପରହିଟ୍‌ ହୋଇଛି। ନିକଟରେ ସେଲିବ୍ରିଟି ବ୍ରାଣ୍ଡ ଭ୍ୟାଲ୍ୟୁଏଶନ ରିପୋର୍ଟ ମୁତାବକ, ଆଲିଆଙ୍କ ନାଁ ଏବେ ଟପ ପେଡ୍‌ ଆକ୍ଟର୍ସରେ ସାମିଲ ହୋଇଛି। ଏହି ରିପୋର୍ଟରେ ଆଲିଆ ଭଟ୍ଟଙ୍କ ସହ ଆଉ କିଛି ସେଲିବ୍ରିଟି ବି ସାମିଲ ହୋଇଛନ୍ତି। କିନ୍ତୁ ଆଲିଆଙ୍କ ନାମ ଶୀର୍ଷରେ ରହିଥିବା ଜଣାପଡିଛି। ୨୦୨୧ ମସିହାର ସବୁଠୁ ଦାମୀ ହିରୋଇନ ବୋଲି କୁହାଯାଇଛି। ସେ ସଞ୍ଜୟଲୀଲା ଭଂସାଲୀଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡ଼ିରେ ଲିଡ୍‌ ରୋଲ୍‌ରେ ଅଭିନୟ କରି ଅନେକ ପ୍ରଶଂସା ପାଇଛନ୍ତି। ସେହିପରି ଏସ୍‌ଏସ୍‌ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ଆଲିଆ ଭଟ୍ଟଙ୍କ ଛୋଟ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି। ଆଗକୁ ମଧ୍ୟ ଆଲିଆଙ୍କୁ ବ୍ରହ୍ମାସ୍ତ୍ର, ରକି ଔର ରାନୀ କି ପ୍ରେମ କାହାଣୀ ଭଳି ବଡ ବଜେଟ ଫିଲ୍ମରେ ଦେଖିବାକୁ ମିଳିବ।

Breaking News