ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାଇନା ରାଜଦୂତ ରହୁଥିବା ଏକ ହୋଟେଲରେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଆହତ ହୋଇଛନ୍ତି | ପାକିସ୍ତାନର କ୍ୱେଟା ସହରରେ ଥିବା ସେରେନା ହୋଟେଲରେ ଏହି ବିସ୍ଫୋରଣ ହୋଇଛି। ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ହୋଟେଲରେ ଥିବା ପାର୍କିଂ ଏରିଆରେ ଥିବା କାରରେ ବିସ୍ଫୋରଣ ହେବାରୁ ଏହି ଦୁର୍ଘଟଣା ହୋଇଛି। ବେଲୁଚିସ୍ତାନ ପୋଲିସ ମହାନିରୀକ୍ଷକ ତାହିର ରାୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବିସ୍ଫୋରଣ ଘଟିଥିବା ହୋଟେଲରେ ଚୀନ ରାଷ୍ଟ୍ରଦୂତ ତାଙ୍କ ପ୍ରତିନିଧିମଣ୍ଡଳଙ୍କ ସହିତ ରହୁଥିଲେ। ତେବେ ସେମାନେ ବାହାରେ ଥିବା ସମୟରେ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ପାର୍କିଂ ସ୍ଥଳରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରଶିଦ ଅହମଦ କହିଛନ୍ତି। ଏକ କାରରେ ରଖାଯାଇଥିବା ଆଇଇଡି ବିସ୍ଫୋରଣ ଘଟିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
More Stories
ଉଭୟ ଭାରତ-ପାକିସ୍ତାନ ସଂଯମତା ରଖନ୍ତୁ….
ପ୍ରଚୁର ଔଷଧ ମହଜୁଦ୍ ରଖ…..
ଇସ୍ରାଏଲ ନାଗରିକ କଶ୍ମୀର ଛାଡ଼…..