ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟର ୪ ବିଚାରପତି କରୋନା ଆକ୍ରାନ୍ତ ହୋଇଛନ୍ତି ।ଏହା ପୂର୍ବରୁ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏବେ ୪ ଜଣ ବିଚାରପତି ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜଣା ପଡିଛି । ସେମାନଙ୍କ ମଧ୍ୟରୁ ଜଣେ ବିଚାରପତି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନାଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଥିବା ବିଚାରପତିଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ରାଷ୍ଟ୍ରପତି ଭବନ ପ୍ରୋଟୋକଲ୍ ଅନୁସାରେ ୧୫ ଜଣ ବିଚାରପତିଙ୍କର ଜଞ-ଚଉଜ ଟେଷ୍ଟ କରାଯାଇଥିଲା । ସେଥିରୁ ୪ ଜଣ ପଜିଟିଭ୍ ବାହାରିଛନ୍ତି । ସେପଟେ ସଂକ୍ରମଣ ବଢୁଥିବାରୁ ଆଜିଠାରୁ ସୁପ୍ରିମକୋର୍ଟରେ କେବଳ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳିଛି ।
More Stories
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ…..
ଜୁନ ପ୍ରଥମ ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ରାମ ମନ୍ଦିର…..
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..