Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ୍‌ ଜନ୍‌ସନ୍‌…..

 ରିପୋର୍ଟ କାର୍ଡ /ନୂଆଦିଲ୍ଲୀ 

ବହୁ ବାଦବିବାଦ ପରେ ଶେଷର ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋ ରିସ୍‌ ଜନ୍‌ସନ୍‌। କନ୍‌ଜରଭେଟିଭ୍‌ ପାର୍ଟିର ନେତା ଭାବେ ଇସ୍ତଫା ପରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ପଦରୁ ବି ଇସ୍ତଫା ଦେଇଛନ୍ତି। ବୋରିସ୍ ଜନସନ ୧୦ ଡାଉନିଂ ଷ୍ଟ୍ରିଟ୍ ବାହାରକୁ ଆସି କହିଛନ୍ତି ଯେ, କନ୍‌ଜରଭେଟିଭ୍‌ ପାର୍ଟି ସ୍ପଷ୍ଟ କରିଛି, ଏବେ ଦଳର ଜଣେ ନୂଆ ନେତା ରହିବା ଉଚିତ୍। ଅର୍ଥତ ଜଣେ ନୂତନ ପ୍ରଧାନମନ୍ତ୍ରୀ ହେବା ଉଚିତ୍। ବୋରିସ୍ ଙ୍କ ବିରୋଧରେ ବିବାଦ ଉପୁଜିବା ପରେ ସେ ଆଉ ପଦରେ ରହିବା ଉଚିତ ନୁହେଁ ବୋଲି ମତ ରଖି ତାଙ୍କ ଦଳରୁ ଅନେକ ନେତା ଇସ୍ତଫା ଦେଇ ସାରିଛନ୍ତି। ଏପରିିକି ଜନ୍‌ସନ୍‌ଙ୍କ ଇସ୍ତଫା ଦାବି କରି ଗତ ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ବ୍ରିଟିଶ୍‌ ସରକାରରୁ ନିଜକୁ ବାଦ୍‌ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଜ କନ୍‌ଜରଭେଟିଭ୍‌ ପାର୍ଟିର ପ୍ରାୟ ୧୨ ଜଣ ମନ୍ତ୍ରୀ ଖୋଲାଖୋଲି ଭାବେ ଜନ୍‌ସନ୍‌ଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ଆଗାମୀ ଅକ୍ଟୋବର ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଦଳର ଅନ୍ୟ କେହି ନେତା ନିଯୁକ୍ତି ନହେବା ପର୍ଯ୍ୟନ୍ତ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ରହିବେ। ତା’ପରେ ବୋରିସ୍‌ ଜନ୍‌ସନ୍‌ଙ୍କ ସ୍ଥାନରେ ଅନ୍ୟ କେହି ପ୍ରଧାନମନ୍ତ୍ରୀ ‌ହେବେ ବୋଲି ସୂଚନା ରହିଛି। ୨୦୧୯ ମସିହାରେ ଜନ୍‌ସନ୍‌ ବହୁ ସଂଖ୍ୟକ ଭୋଟ୍‌ ପାଇ ପ୍ରଧାନମନ୍ତ୍ରୀ ଭାବେ ଜିତିଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜନ୍‌ସନ୍‌ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା। ସେ ଜଣେ ମହିଳା ସାଂସଦଙ୍କୁ ‌ଯୌନ ଶୋଷଣ କରି ତାଙ୍କର ପ‌ଦୋନ୍ନତି କରାଇଥିବା ଅଭିଯୋଗ ହୋଇଥିଲା। ୨୦୧୯ ମସିହାରୁ ତାଙ୍କ ବିରୋଧରେ ଏହି ମାମଲା ଆସିଥିବା ବେଳେ ଏ ଯାଏ ତାଙ୍କୁ କ୍ଲିନ୍‌ଚିଟ୍‌ ମିଳିପାରି ନାହିଁ।

 

 

Breaking News