Report Card Odisha

| Daily Odia News

ITR ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କ ଉପରୁ ହଟିଲା ୩ ଦଫା…..

ରିପୋର୍ଟ କାର୍ଡ /  ବାଲେଶ୍ୱର

ବାଲେଶ୍ୱର ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଲିକ୍‌ ଅଭିଯୋଗ ମାମଲାରେ ଆବଶ୍ୟକ କାଗଜପତ୍ର ଅଭାବରୁ ଅଭିଯୁକ୍ତଙ୍କ ଉପରୁ ହଟିଲା ୩ଟି ଦଫା। ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଅଫିସିଆଲ୍‌ ସିକ୍ରେଟ ଆକ୍ଟ ୩, ୪, ୫ ହଟିଲା। ଆବଶ୍ୟକ ଡକ୍ୟୁମେଣ୍ଟ ନଥିବାରୁ ୩ଟି ଦଫା ହଟାଇଲେ ଏଡିଜେ-୩। ୫ ଜଣଙ୍କ ନାଁରେ ଦଫା ୧୨୦ ବି, ୧୨୧ ଏ ଓ ୩୪ IPCରେ ମାମଲା ହୋଇଥିଲା। ସେମାନଙ୍କ ନାଁରେ ଅଫିସିଆଲ ସିକ୍ରେଟ ଆକ୍ଟ ୩, ୪ ଓ ୫ ବି ଲାଗିଥିଲା। ଅଫିସିଆଲ ସିକ୍ରେଟ ଆକ୍ଟ ଲାଗିଲେ କେନ୍ଦ୍ରରୁ ପ୍ରସିକ୍ୟୁସନ୍‌ ସାଙ୍କସନ୍ ଆଣିବା କଥା। କିନ୍ତୁ ଚାର୍ଜସିଟ୍‌ ଦାଖଲ ବେଳେ ପ୍ରସିକ୍ୟୁସନ ସାଙ୍କସନ ଅର୍ଡର ଦାଖଲ ହୋଇନଥିଲା। ପ୍ରସିକ୍ୟୁସନ ସାଙ୍କସନ ଅର୍ଡର ନଥିବାରୁ ୩ଟି ଦଫା ହଟାଯାଇଥିବା ସୂଚନା। ଅଭିଯୁକ୍ତଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ ଗୁରୁପ୍ରସାଦ ବେହେରା ଏନେଇ ସୂଚନା ଦେଇଛନ୍ତି।ଉଲ୍ଲେଖ ଯୋଗ୍ୟ ଡ଼ିଆର୍‌ଡିଓର ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୋଲିସ ଚାନ୍ଦିପୁର ଆଇଟିଆର୍‌ ଜଣେ କର୍ମଚାରୀ ଓ ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ ଓ ଉତ୍ତରପ୍ରଦେଶର ସଚିନ କୁମାର ଓରଫ ଛତା। ଏମାନେ ଦୀର୍ଘ ବର୍ଷ ଧରି ଆଇଟିଆର୍‌ରେ କାମ କରୁଥିଲେ। କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି ଚାକିରି କରୁଥିଲା

Breaking News