Report Card Odisha

| Daily Odia News

ଗାଁ ମୁହାଁ କରୋନା,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଗାଁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମହାମାରୀ କରୋନା ସହର ଅଧିକ ବ୍ୟାପୁଥିବା ବେଳେ ଏବେ ଗାଁ ମୁହାଁ କରୋନା |ଏବେ ଗାଁରେ ଅଧିକ ବ୍ୟାପୁଛି କରୋନା । ଗ୍ରାମାଞ୍ଚଳରେ ସଂକ୍ରମଣ ହାର ବଢିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଗାଁ । ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳରୁ ଏପ୍ରିଲରେ ୫୧ ପ୍ରତିଶତ ଓ ମେ’ରେ ଏଯାଏଁ ୫୭ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଆଗକୁ ଗାଁ ଗୁଡ଼ିକ ହଟସ୍ପଟ୍ ପାଲଟିବ ବୋଲି ଆଶଙ୍କା କରାଯାଉଛି । ତେଣୁ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ବ୍ୟାପକ ସର୍ଭେ, ଟେଷ୍ଟିଂ ଓ ଆଇସୋଲେସନ୍ ବ୍ୟବସ୍ଥା କରିବାକୁ ଜୋର ଦିଆଯାଉଛି । ଗାଁ ଗହଳିକୁ ମାଡ଼ି ଚାଲିଥିବା ମହାମାରୀକୁ କେମିତି ରୋକାଯିବ, ସେ ନେଇ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହେଲାଣି । ଏପ୍ରିଲ ଓ ମେ’ରେ ପୁରା ଦେଶ ତଥା ଓଡ଼ିଶାର ଗ୍ରାମାଞ୍ଚଳରେ ସଂକ୍ରମଣ ଚିନ୍ତା ବଢ଼ିଥିବାରୁ ଆଗାମୀ ଦିନରେ ଗାଁ ଗାଁରେ ବ୍ୟାପକ ଅଭିଯାନ ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ କେନ୍ଦ୍ର ସରକାରଙ୍କ ଏସ୍ଓପି ପରେ ଗ୍ରାମାଞ୍ଚଳରେ କରୋନା ସର୍ଭେ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସୋମବାର ସର୍ବଦଳୀୟ ବୈଠକ ପରେ ଗାଁରେ ତିନିମାସ ଲାଗି ଡୋର୍ ଟୁ ଡ଼ୋର୍ ସର୍ଭେ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୪ ତାରିଖରୁ ଏହି ବିଶାଳ କ୍ୟାମ୍ପେନରେ ଅଙ୍ଗନଓ୍ୱାଡ଼ି ଓ ଆଶାକର୍ମୀ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ କରିବେ । ଯାଞ୍ଚ୍ ବେଳେ କରୋନା ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ ହେଲେ, ପ୍ରଥମେ ଟେଷ୍ଟ ଓ ପରେ ସେମାନଙ୍କୁ ଆଇସୋଲେସନରେ ରଖାଯିବ । ଏହିି ଅଭିଯାନରେ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ । ସେହିଭଳି ଜିଲ୍ଲା ତଥା ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖି ସେମାନଙ୍କ ହୋମ୍ କ୍ୱାରେଣ୍ଟାଇନ୍ ପ୍ରକ୍ରିୟାକୁ ନିଶ୍ଚିତ କରିବାକୁ ପଞ୍ଚାୟତିରାଜ ସଂସ୍ଥାକୁ ଦାୟିତ୍ୱ ଦେଇଛନ୍ତି ସରକାର ।

Breaking News