ରିପୋର୍ଟ କାର୍ଡ / ବୌଦ୍ଧ
ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରୁ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ କଏଦୀଙ୍କ ନାଁ ରବୀନ୍ଦ୍ର ମେହେର। ତାଙ୍କ ଘର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟି ଗାଁରେ। ୨୦୧୫ରେ ସେ ତାଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ହତ୍ୟା କରି ଗିରଫ ହୋଇଥିଲେ। ୨୦୧୮ରେ ବୌଦ୍ଧ ଜିଲ୍ଲା କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇ ସାରିବା ପରେ ଶୌଚାଳୟକୁ ଯାଇଥିଲେ ରବୀନ୍ଦ୍ର। କିନ୍ତୁ ଆଉ ଫେରି ନଥିଲେ। କିଛି ସମୟ ପରେ ଅନ୍ୟ କଏଦୀମାନେ ତାଙ୍କୁ ଶୌଚାଳୟରେ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ। ଘଟଣା ସଂପର୍କରେ ଖବର ପାଇ ଜେଲ୍ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ରବୀନ୍ଦ୍ର ଜଣେ ମାନସିକ ରୋଗୀ ଥିଲେ ବୋଲି ବୌଦ୍ଧ ଜେଲ କର୍ତ୍ତୃପକ୍ଷ କହିଛନ୍ତି।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..