ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୌଦ୍ଧର ରାଧାନଗର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଦ୍ରୁତଗତିରେ ଆସି ଏକ ଚାଳଛପର ଘର ଭିତରେ ପଶିଯିବାରୁ ଘରଟି ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ତା’ଭିତରେ ଶୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ପାଣେଶ୍ୱରୀ ଧଳ। କାରଟି ଚାରିଛକ ପଟୁ ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘର ଭିତରେ ପଶି ଯାଇଥିଲା । ଘର ଭିତରେ ପଶିଯିବା ପରେ କାରଟି ଓଲଟି ପଡ଼ିଥିଲା। ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଘଟଣାପରେ ସ୍ଥାନୀୟ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ୫୭ତମ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ସେମାନେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛନ୍ତି। ବୌଦ୍ଧ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..