ରିପୋର୍ଟ କାର୍ଡ / ବୌଦ୍ଧ
ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ ଝୁଲନ୍ତା ମୃତଦେହ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି। ଗତକାଲି ପ୍ରଦୀପଙ୍କ ଅଫିସରେ ଭୋଜି ଥିଲା। ଭୋଜି ଖାଇ ସାରି ପ୍ରଦୀପ ଦିନ ପ୍ରାୟ ୨ଟା ସମୟରେ ନିଜ ସରକାରୀ କ୍ୱାର୍ଟର୍ସରୁ ଫେରିଥିଲେ। ପରେ ରୁମ୍ କବାଟ ଦେଇ ଭିତରେ ଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ପ୍ରଦୀପ କବାଟ ନ ଖୋଲିବାରୁ ସଯୋଗୀଙ୍କ ସନ୍ଦେହ ହୋଇଥିଲା। ସେମାନଙ୍କ ପ୍ରଦୀପଙ୍କ ରୁମ କବାଟକୁ ବାଡ଼େଇଥିଲେ ଓ ଫୋନ୍ ମଧ୍ୟ କରିଥିଲେ। ହେଲେ ରୁମ୍ ଭିତରୁ କିଛି ଉତ୍ତର ଆସିନଥିଲା। ପରେ ସହଯୋଗୀମାନେ ପଛ କବାଟ ଭାଙ୍ଗି ଭିତରେ ପଶିଥିଲେ। ରୁମ ଭିତରେ ପ୍ରଦୀପ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ପୋଲିସ କୁ ଖବର ଦେଇଥିଲେ। ପ୍ରଦୀପଙ୍କ ଘର ଲୋକଙ୍କୁ ଘଟଣାସଂପର୍କରେ ଖବର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ କେହି ପହଞ୍ଚି ନାହାନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ବର୍ତ୍ତମାନ ସୁଦ୍ଧା ସରକାରୀ କ୍ୱାର୍ଟର୍ସରେ ପଡ଼ିରହିଛି। କନିଷ୍ଠ ଯନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି।






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……