ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନର ‘ପିପୁଲସ୍ ଲିବରେସନ୍ ଆର୍ମି’ ଅରୁଣାଚଳ ପ୍ରଦେଶରେ ପ୍ରବେଶ କରି ଭାରତୀୟ ଯୁବକଙ୍କ ଅପହରଣ କରିନେଇଥିବା ସୂଚନା ମିଳିଛି । ତେବେ ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ୍ ଜିଲ୍ଲାରୁ ଚୀନର ‘ପିପୁଲସ୍ ଲିବରେସନ୍ ଆର୍ମି’ (ପିଏଲ୍ଏ) ଜଣେ ୧୭ ବର୍ଷିୟ ତରୁଣଙ୍କୁ ଅପହରଣ କରି ନେଇଥିବା କଥା ବୁଧବାର ଦିନ ରାଜ୍ୟ ସାଂସଦ ତାର୍ପି ଗାଓ ଟୁଇଟ୍ କରି କହିଛନ୍ତି । ସେ ଲେଖିଛନ୍ତି, ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ୍ ଜିଲ୍ଲାର ସିୟୁଙ୍ଗଲା ଅଞ୍ଚଳ (ବିଶିଙ୍ଗ ଗାଁ) ଅନ୍ତର୍ଗତ ଭାରତୀୟ ଅଞ୍ଚଳ ମଧ୍ୟସ୍ଥ ଲୁଂଗଡା ଜୋର ଅଞ୍ଚଳରୁ ୨୦୨୨ ଜାନୁଆରି ୧୮ ତାରିଖରେ ଜିଡ଼ୋ ଗ୍ରାମର ୧୭ ବର୍ଷିୟ ତରୁଣ ମିରାମ୍ ତରୋନଙ୍କୁ ଚୀନର ‘ପିଏଲ୍ଏ’ ଅପହରଣ କରି ନେଇଛି । ଅନ୍ୟ ଏକ ଟୁଇଟରେ ସେ ଲେଖିଛନ୍ତି, ଭାରତ ସରକାରଙ୍କର ସମସ୍ତ ଏଜେନ୍ସିମାନଙ୍କୁ ଅନୁରୋଧ ଯଥା ଶୀଘ୍ର ତାଙ୍କୁ ମୁକୁଳାଇବାର ବ୍ୟବସ୍ଥା କରନ୍ତୁ । ଟୁଇଟରେ ଗାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭାରତୀୟ ସେନାକୁ ମଧ୍ୟ ‘ଟ୍ୟାଗ୍’ କରିଛନ୍ତି । ଜିଲ୍ଲା ପ୍ରଶାସନର ଖବର ମୁତାବକ, ମିରାମଙ୍କୁ ମଙ୍ଗଳବାର ଦିନ ଅପରହରଣ କରିଛନ୍ତି ଚୀନ୍ ସେନା । ମିରାମ ସେହି ଗ୍ରୁପର ଏକ ଅଂଶ ଥିଲେ, ଯାହାକି ୨ ଦେଶର ସୀମା ପାଖରେ ଶିକାର କରୁଥିଲା । ସେହି ସମୟରେ ତାକୁ ଅପହରଣ କରାଯାଇଥିବା ଜଣାପଡିଛି ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..