ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ୫ ରାଜ୍ୟରେ ବିଧାନସଭା ପାଇଁ ବିଗୁଲ ବାଜିସାରିଛି | ବିଭିନ ରାଜ୍ୟରେ ନିର୍ବାଚନୀ ରଣନୀତି ଜାରିରହିଛି | ଏହାଭିତରେ ସାମ୍ନାକୁ ଆସିଛି ଗୋଆର ନିର୍ବାଚନକୁ ନେଇ କିଛି ଆଭାସ | ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ଭଳି ଗୋଆରେ ମେଣ୍ଟ ହେବ ନାହିଁ । ଏଥିପାଇଁ ଏନସିପି ଓ ଶିବସେନା କଂଗ୍ରେସକୁ ଦାୟୀ କରିଛନ୍ତି । ଫଳରେ ଏନିସିପି ଓ ଶିବସେନା ମିଳିତ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । କଂଗ୍ରେସ ମେଣ୍ଟରେ ସାମିଲ ନହେବା ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ୱତ କହିଛନ୍ତି ଯେ, କଂଗ୍ରେସ ନିଜ ଦମରେ ଜିତି ପାରିବେ । ତେଣୁ ମେଣ୍ଟ କଲା ନାହିଁ । ସେମାନେ ମେଣ୍ଟ ଚାହୁଁଥିଲେ । ଗୋରେ ଆସିଲା ରାମ ଗଲା ଲାମ ଭଳି ରାଜନୀତି ହେଉଛି । ସେହିପରି ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ସେମାନେ କଂଗ୍ରେସକୁ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କଂଗ୍ରେସ ନା କହିବା ସହ ପ୍ରତ୍ୟାଖାନ କରିଥିଲା । ତେଣୁ ଏନସିପି ଓ ଶିବସେନା ମିଳିତ ଭାବେ ଲଢିବେ । ସେହିପରି ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲ ମେଣ୍ଟକୁ ନେଇ କହିଛନ୍ତି ଯେ, ମେଣ୍ଟ ନିଷ୍ପତ୍ତି ହାଇକମାଣ୍ଡ ନେଇଥାନ୍ତି । ମହାରାଷ୍ଟ୍ରରେ ବିଜେପିକୁ ରୋକିବା ପାଇଁ ସୋନିଆ ଗାନ୍ଧୀ ଶିବସେନା ଓ ଏନସିପିର ସାହାଯ୍ୟ ନେଇଥିଲେ । ଅନ୍ୟ ରାଜ୍ୟରେ କଂଗ୍ରେସ ଭଲ ସ୍ଥିତିରେ ଅଛି । ତେଣୁ ଶିବସେନା ଓ ଏନସିପି ସହ ମେଣ୍ଟ କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।
More Stories
ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କଲେ ନୀତିଶ…..
ନବୀନ ଗୁମର ଖୋଲିଲେ ପୂର୍ବତନ ପୋଲିସ ଡିଜି…..
ଦ୍ୱିତୀୟ ନିର୍ବାଚନୀ ଇସ୍ତାହାର ଘୋଷଣା କଲା ବିଜେପି…..