Report Card Odisha

| Daily Odia News

ଡ.ବାବାସାହେବ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ହେଉଛି ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ.ବାବାସାହେବ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ | ୧୮୯୧ ଏପ୍ରିଲ ୧୪ ତାରିଖରେ ଜନ୍ମିତ ବାବାସାହେବ ଆମ୍ବେଦକର ଜଣେ ଭାରତୀୟ ଆଇନଜ୍ଞ, ଅର୍ଥନୀତିଜ୍ଞ, ରାଜନୀତିଜ୍ଞ ଏବଂ ସମାଜ ସଂସ୍କାରକ ଥିଲେ। ପ୍ରାୟ ସମସ୍ତେ ବି.ଆର. ଆମ୍ବେଦକରଙ୍କ ନାମରେ ଜାଣିଛନ୍ତି | ହେଲେ ଆମ୍ବେଦ କରଙ୍କ ପୁରା ନାମ ହେଉଛି ଭୀମରାଓ ରାମଜୀ ଆମ୍ବେଦକର | ସେ ଦଳିତଙ୍କ ପ୍ରତି ହେଉଥିବା ସାମାଜିକ ପାତର ଅନ୍ତରକୁ ତୀବ୍ର ବିରୋଧ କରିବା ସହିତ ମହିଳା ଓ ଶ୍ରମିକବର୍ଗଙ୍କର ସ୍ୱାର୍ଥ ସୁରକ୍ଷିତ ରଖିବା ଦିଗରେ ପ୍ରୟାସୀ ଥିଲେ।୧୯୫୬ ଡିସେମ୍ବର ୬ ତାରିଖରେ ତାଙ୍କର ପରଲୋକ ଘଟିଥିଲା। ସ୍ୱାଧୀନ ଭାରତର ନୂତନ ସମ୍ବିଧାନ ପ୍ରଣେତା ଭାବେ ସେ ସୁପରିଚିତ। ୧୯୯୦ରେ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ଭୂଷିତ କରାଯାଇଥିଲା। ସମାଜର ଅବହେଳିତ ବର୍ଗଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଦିଗରେ ବାବାସାହେବଙ୍କ ସଂଗ୍ରାମ ପ୍ରତ୍ୟେକ ପିଢି ପାଇଁ ଉଦାହରଣ ହୋଇ ରହିବ।

Breaking News