Report Card Odisha

| Daily Odia News

ଆଜି ପବିତ୍ର ଅକ୍ଷୟ ତୃତୀୟା:ଅଖିମୁଠି ଅନୁକୂଳ କରିବ ଚାଷୀ, ରଥ କାଠ ଅନୁକୂଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର/ପୁରୀ

ବୈଶାଖ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଅକ୍ଷୟ ତୃତୀୟା ଏକ ଶୁଭଦିନ ହୋଇଥିବାରୁ ଚାଷୀମାନେ ସେମାନଙ୍କ ଚାଷ ଜମିରେ ଅଖିମୁଠି ଅନୁକୂଳ କରିବାର ବିଧି କରିଥାଏ। ଉକ୍ତ ଦିନ ଯେକୌଣସି କାର୍ଯ୍ୟକଲେ ଶୁଭ ହୋଇଥାଏ। ପରମ୍ପରା ଅନୁସାରେ, ଉକ୍ତ ଦିନଠାରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ। ସେହିପରି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଆୟମାରମ୍ଭ ହୋଇଥାଏ। ଶ୍ରୀକ୍ଷେତ୍ର ତଥା ଆଖପାଖ ଅଞ୍ଚଳରେ ଘଡ଼ି ପଥୁଲି ପୂଜା କରାଯାଏ। ଉକ୍ତ ଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ। ରଥକାର୍ଯ୍ୟ ଅନୁକୂଳ ନିମନ୍ତେ ୩ ବାଡ଼ରୁ ୩ ପୂଜାପଣ୍ଡା ଆଜ୍ଞାମାଳ ଧରି ଆଗରେ ଏବଂ ବିଜେ ପ୍ରତିମା ପଟୁଆରରେ ଶ୍ରୀନଅର ନିକଟ ରଥଖଳାକୁ ବିଜେ କରିଥାନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ଧଉରା କାଠକୁ ବିଧିବିଧାନ ଅନୁଯାୟୀ ରଖାଯାଇଥାଏ। ପରେ ତିନିରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା ଅନୁକୂଳ ନୀତି ସମ୍ପନ୍ନ ହୋଇଥାଏ। ଅକ୍ଷୟ ତୃତୀୟାଠାରୁ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ।

Breaking News