ରିପୋର୍ଟ କାର୍ଡ / ଝାରସୁଗୁଡା
ଆସନ୍ତା ୩୧ ତାରିଖ ଅର୍ଥାତ ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ। ସେଥିପାଇଁ ଆଜି ପୋଲିଂ ଦଳ ମତଦାନ କେନ୍ଦ୍ର ଅଭିମୁଖେ ବାହାରି ଯାଇଛନ୍ତି। ଏନେଇ ଆଜି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଚନ୍ତି। ସେ ଆହୁରି କହିଛନ୍ତି, ଏହି ଉପନିର୍ବାଚନରେ ୧୨୨୮ ପୋଲିଂ ଅଫିସର ନିୟୋଜିତ ହେଉଛନ୍ତି। ଆଇଶୃଙ୍ଖଳା ରକ୍ଷା ପାଇଁ ୧୦୦୦ ପୋଲିସ ଅଧିକାରୀଙ୍କ ସମେତ ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ହେଉଛନ୍ତି। ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ। ମୋଟ ୨୭୯ ବୁଥରେ ହେବ ମତଦାନ । ସେଥିମଧ୍ୟରୁ ୨୨ ଟି ନୂଆ ବୁଥ ହୋଇଛି । ୬୦ ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ ମାଇକ୍ରୋଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ । ୫୦ ପ୍ରତିଶତ ବୁଥର ୱେବକାଷ୍ଟିଂ କରାଯିବ । ଝାରସୁଗୁଡା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍ କରାଯାଇଛି। ୩୦ଟି ମଡେଲ ପୋଲିଂ ବୁଥ କରାଯାଇଛି । ୫ଟି ପିଙ୍କ ବୁଥ ହୋଇଛି। ଯେଉଁଠି କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ।






More Stories
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..