ରିପୋର୍ଟ କାର୍ଡ / ଭୁବନେଶ୍ୱର
ନେପାଳର ନିଖୋଜ ବିମାନର ଭଗ୍ନାବଶେଷ ଠାବ ହୋଇଛି । ଏହି ବିମାନ ଗତକାଲି ମୋଟ ୨୨ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ନେପାଳର ପୋଖରାରୁ ଜୋମସୋମ୍ ଅଭିମୁଖେ ଯାଉଥିଲା । ତେବେ ବିମାନରେ ୪ ଜଣ ଭାରତୀୟ, ଦୁଇଜଣ ଜର୍ମାନ ଓ ୧୬ ଜଣ ନେପାଳୀ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି । ତେବେ ମେଡିଆ ରିପୋର୍ଟ ଅନୁସାରେ ନିଖୋଜ ଥିବା ୪ ଜଣ ଭାରତୀୟ ଯାତ୍ରୀ ହେଉଛନ୍ତି ଓଡ଼ିଶାର । ସେମାନଙ୍କ ନାମ ହେଉଛି ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀ । ସମସ୍ତ ପରିବାର ସଦସ୍ୟ ନେପାଳ ବୁଲିବାକୁ ଯାଇଥିଲେ । ଭୁବନେଶ୍ୱରର ଜୟଦେବ ବିହାରରେ ରହୁଥିବା ଅଶୋକ ତ୍ରିପାଠୀ ତାଙ୍କ ପରିବାରକୁ ନେଇ ନେପାଳ ବୁଲିବାକୁ ଯାଇଥିଲେ । ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ନେପାଳ ସେନା ହେଲିକପ୍ଟର ଯାଞ୍ଚ ଚଳାଇଥିବା ଜଣାପଡ଼ିଛି । ତେବେ ନେପାଳ କୋୱାଙ୍ଗରୁ ନିଖୋଜ ବିମାନର ଭଗ୍ନାବଶେଷ ମିଳିଛି । ସମସ୍ତ ମୃତାହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଖବର ପାଇ ଦୁର୍ଘଟଣାସ୍ଥଳରେ ନେପାଳର ସ୍ଥଳସେନା ଓ ବାୟୁସେନା ତଲାସି ଅଭିଯାନ ଚଳାଇଛନ୍ତି । ଉଲ୍ଲେଖ ଯୋଗ୍ୟ -ବିମାନଟି ଆଜି ସକାଳ ୯ଟା ୫୫ ମିନିଟରେ ଯାତ୍ରା ଆରମ୍ଭ କରିବାର ଅଳ୍ପ ସମୟ ପରେ ରାଡାରରୁ ହଠାତ୍ ଅଦୃଶ୍ୟ ହୋଇଯାଇଥିଲା । ଫଳରେ ଉକ୍ତ ବିମାନର ସନ୍ଧାନ ପାଇଁ ଅନ୍ୟ ଏକ ବିମାନକୁ ପଠାଯାଇଥିଲା । ମାତ୍ର ନିଖୋଜ ବିମାନ ସହ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା ।






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
କେନ୍ଦ୍ରାପଡାରେ ଫୁଟିଲା ଗୁଳି……